କେଉଁ ଜିଲ୍ଲାରେ କେତେ କରୋନା ସଂକ୍ରମିତ
- ରାଜ୍ୟରେ ଗତ ୨୪ ଘଂଟାରେ ୩୧୮୬ଟି ନମୁନା ପରୀକ୍ଷା

ସମାଜ ପୋର୍ଟାଲ ଡେସ୍କ: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୨୬ ଶହ ଅତିକ୍ରମ କରିଛି। ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ହଜାର ୬୦୮ ହୋଇଥିବା ବେଳେ ଗଂଜାମ ଜିଲ୍ଲାରେ ସର୍ବାଧିକ ୫୩୩ ଜଣ ଆକ୍ରାନ୍ତ ରହିଛନ୍ତି।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାରେ ୨୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୨୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭାବେ ବାଲେଶ୍ୱର ଜିଲ୍ଲାରେ ୧୭୯, କେନ୍ଦ୍ରାପଡା ଜିଲ୍ଲାରେ ୧୬୩ ଓ କଟକ ଜିଲ୍ଲାରେ ୧୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭଦ୍ରକ ଜିଲ୍ଲାରେ ୧୩୬, ବଲାଙ୍ଗୀର ଜିଲ୍ଲାରେ ୧୦୫ ଜଣ ତଥା ପୁରୀ ଜିଲ୍ଲାରେ ୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୮୭, ସୁନ୍ଦରଗଡ ଜିଲ୍ଲାରେ ୮୧ ଓ ନୟାଗଡ ଜିଲ୍ଲାରେ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୌଦ୍ଧ ଜିଲ୍ଲାରେ ୩୪, ଢେଙ୍କାନାଳ ଜିଲ୍ଲାରେ ୩୩ ତଥା ଦେବଗଡ ଜିଲ୍ଲାରେ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆପଡା ଜିଲ୍ଲାରେ ୬୦ ଜଣ, ମୟୁରଭଂଜ ଜିିଲ୍ଲାରେ ୫୭ ଜଣ ଓ ଗଜପତି ଜିଲ୍ଲାରେ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସମ୍ପର୍କରେ ଗଜପତି ଜିଲ୍ଲାପାଳ କହିଛନ୍ତି –
କେନ୍ଦୁଝର ଜିଲ୍ଲାରେ ୩୨, ଅନୁଗୁଳ ଜିଲ୍ଲାରେ ୩୧ ଓ ସୋନପୁର ଜିଲ୍ଲାରେ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କନ୍ଧମାଳ ଜିଲ୍ଲାରେ ୨୫, କଳାହାଣ୍ଡି ଜିଲ୍ଲାରେ ୨୫ ତଥା ମାଲକାନଗିରି ଜିଲ୍ଲାରେ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରେ ୧୬, ବରଗଡ ଜିଲ୍ଲାରେ ୧୬ ଓ କୋରାପୁଟ ଜିଲ୍ଲାରେ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଝାରସୁଗୁଡା ଜିଲ୍ଲାରେ ୭, ରାୟଗଡା ଜିଲ୍ଲାରେ ୮ ଓ ନବରଙ୍ଗପୁର ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି।
ରାଜ୍ୟରେ ଗତ ୨୪ ଘଂଟାରେ ୩୧୮୬ଟି ନମୁନା ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୬୯ହଜାର ୧୦ଟି ନମୁନାର ପରୀକ୍ଷଣ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ହଜାର ୬୦୮ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୧ହଜାର ୪୮୧ ଜଣ ସୁସ୍ଥ ହୋଇ ସାରିଛନ୍ତି। ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧ହଜାର ୧୧୭ ରହିଛି।