ରାଜ୍ୟରେ ଆଜି ୨୦୮ କରୋନା ପଜିଟିଭ୍ ଚିହ୍ନଟ, ୧ ମୃତ

ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ କରିଛି। ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୪୦୧କୁ ବୃଦ୍ଧି ପାଇଛି। ଚିହ୍ନଟଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୨ ଓ ସ୍ଥାନୀୟ ଅଂଚଳରୁ ୮୬ ଜଣ ଅଛନ୍ତି।

ଚିହ୍ନଟଙ୍କ ମଧ୍ୟରୁ ନୂଆପଡ଼ାରୁ ଜିଲ୍ଲାରୁ ସର୍ବାଧିକ ୩୬ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୩୩, ବରଗଡ଼ ଓ କଳାହାଣ୍ଡିରୁ ୨୨ ଜଣ ଲେଖାଏଁ, କଟକରୁ ୧୫, ଝାରସୁଗୁଡ଼ାରୁ ୧୧, ମୟୁରଭଞ୍ଜ ଓ ପୁରୀରୁ ୯ ଜଣ ଲେଖାଏଁ, ବାଲେଶ୍ୱର ଓ ଯାଜପୁରରୁ ୮ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୭, ସମ୍ବଲପୁରରୁ ୫, ବଲାଙ୍ଗୀରରୁ ୪, ଅନୁଗୁଳ, ଗଞ୍ଜାମ ଓ କେନ୍ଦ୍ରାପଡାରୁ ୩ ଜଣ ଲେଖାଏଁ ଏବଂ ବୌଦ୍ଧ, ନବରଙ୍ଗପୁର ଓ ରାୟଗଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ଷ୍ଟେଟ ପୁଲ୍‌ରୁ ୭ ଜଣ ରହିଛନ୍ତି।

ଏବେ ସୁଦ୍ଧା ରାଜ୍ୟରେ ୧୭୩୭ ଜଣ ସକ୍ରିୟ ଚିକିତ୍ସାଧୀନ ଥିବା ବେଳେ ଆଜି ୧୨୦ ସୁସ୍ଥ ହେବା ପରେ ମୋଟ ୩ ଲକ୍ଷ ୩୬ ହଜାର ୬୯୧ଜଣ ସୁସ୍ଥ ହୋଇଛନ୍ତି। ତେବେ କଳାହାଣ୍ଡିରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହେବା ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୯୨୧କୁ ବୃଦ୍ଧି ପାଇଛି।

Comments
Loading...