ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ବର : ଆନ୍ଧ୍ରପ୍ରଦେଶରେ ଫସି ରହିଥିବା ଓଡିଆ ଲୋକଙ୍କୁ ଫେରାଇ ଆଣିବାକୁ ସେଠାକାର ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗମୋହନ ରେଡ୍ଡୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନସିଂ ଜରିଆରେ ଏହି ଆଲୋଚନା ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଆନ୍ଧ୍ରରୁ ଫେରିବାକୁ ଚାହୁଁଥିବା ଓଡିଆ ଲୋକଙ୍କୁ ଫେରାଇବାକୁ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀ ରେଡ୍ଡୀଙ୍କୁ ଅନୁରୋଧ କରିଛନ୍ତି।  କରୋନା ମୁକାବିଲା ପାଇଁ ଦେଶରେ ଲକଡାଉନ ସ୍ଥିତି ରହିଛି। ସେଥିଯୋଗୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଗୁଜରାଟରୁ ବସ୍ ଯୋଗେ ଓଡିଆଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଚାଲିଥିବା ବେଳେ ଏବେ ସ୍ବତନ୍ତ୍ର ରେଳ ଯୋଗେ ଆଣିବାକୁ ବ୍ୟବସ୍ଥା କରାଯାଉଛି। ଓଡିଶା ଫେରିବାକୁ ଚାହୁଁଥିବା ଓଡିଆ ଲୋକଙ୍କୁ ସ୍କ୍ରିନିଂ, ରେଜିଷ୍ଟ୍ରେସନ, ଯାତ୍ରା ସମ୍ପର୍କିତ ବ୍ୟବସ୍ଥା ସହ ବିଧିବଦ୍ଧ ପ୍ରୋଟୋକଲ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା ହୋଇଥିଲା।

Comments are closed.