ଓଡ଼ିଶାରୁ ଆରମ୍ଭ ହେବ ଭାରତର ନୂଆ ବିକାଶ

ଭୁବନେଶ୍ୱର: ସେଣ୍ଟର ଫର ଆଦିବାସୀ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଓଡ଼ିଶା ଓ ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ ଓଡ଼ିଶା ମଧ୍ୟରେ ରବିବାର ଅନଲାଇନ ଜୁମ ମାଧ୍ୟମରେ ଏକ ପାଞ୍ଚ ବର୍ଷିଆ ବୁଝାମଣା ପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ ଓଡ଼ିଶାର କୁଳପତି ପ୍ରଫେସର ଶରତ କୁମାର ପାଳିତଙ୍କ ସଭାପତିତ୍ୱ ଓ କାର୍ଡର ନିର୍ଦେଶକ ଡକ୍ଟର ବିକ୍ରମ କେଶୋରୀ ଜେନାଙ୍କ ପୌରହିତ୍ୟି ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିକ୍ରମଶିଳା ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଫେସର ସୁଦୀପ୍ତ କୁମାର ନନ୍ଦ, ସମ୍ମାନିତ ଅତିଥି ଭାବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ, ଆଇଆଇଏମ ସମ୍ବଲପୁରର ନିର୍ଦେଶକ ପ୍ରଫେସର ଜୟସ୍ୱାଲ, ଏନଆରଟିଆଇ ଗୁଜୁରାଟର ବରିଷ୍ଠ ଇତିହାସ ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ, ପଦ୍ମଶ୍ରୀ ଡକ୍ଟର ଦମୟନ୍ତୀ ବେଶ୍ରା, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସା, ନେତାଜୀ ସୁଭାଷ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୌରାଙ୍ଗ ଚରଣ ନନ୍ଦ, ଏନୟୁଯେଏସ କୋଲକାତାର ପ୍ରଫେସର ଶ୍ରୀନିବାସ ଏନ ଏସ, ବିଶିଷ୍ଟ ସମାଜସେବୀ ଓ ରାଜନୀତିଜ୍ଞ ଶାରଦା ପ୍ରସାଦ ଶତପଥୀ, ଓଡ଼ିଶା ଲୋକସେବା ଆୟୋଗର ସଚିବ ଅଶୋକ ଦାଶ, ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟା ପ୍ରଫେସର ସଂଗୀତା ରଥ, ବିଶିଷ୍ଠ ଲେଖକ ଓ ବକ୍ତା ଚାରୁଦତ୍ତ ପାଣିଗ୍ରାହୀ ଏବଂ ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ ଓଡ଼ିଶାର ରେଜିଷ୍ଟ୍ରାର ଡାକ୍ତର ଅସିତ କୁମାର ଦାସ ପ୍ରମୁଖ ଯୋଗଦେଇ ଥିଲେ।

ଆଦିବାସୀ ବିକାଶ କ୍ଷେତ୍ରରେ ଗବେଷଣାର ଉପଯୋଗୀତା ଏକାନ୍ତ ଆବଶ୍ୟକ ଓ ଏହି ଚୁକ୍ତି ନିଶ୍ଚିତ ଭାବରେ ଓଡ଼ିଶାରେ ଆଦିବାସୀମାନଙ୍କ ଶିକ୍ଷା ସ୍ୱାସ୍ଥ୍ୟ ଓ ସାମାଜିକ ଜୀବନରେ ବିକାଶ ପାଇଁ ସହାୟକ ହେବ ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ନାୟକ ମତ ରଖିଥିଲେ। ଆଦିବାସୀମାନଙ୍କ ବିକାଶ, ସେମାନଙ୍କ କଳା ସଂସ୍କୃତି ଭାଷା ଓ ପରିଚୟକୁ ସୁରକ୍ଷା ଦେବା ଆମ ପ୍ରମୁଖତା। ସେଥିପ୍ରତି ଉପଯୁକ୍ତ ସରକାରୀ ସହଯୋଗର ଆବଶ୍ୟକତା ରହିଛି। ଏହି ଚୁକ୍ତି ଫଳରେ ଉଭୟ ଅନୁଷ୍ଠାନ ଆଦିବାସୀମାନଙ୍କ ବିକାଶ କ୍ଷେତ୍ରରେ ସମନ୍ୱୟ ଭାବରେ କାମ କରିବାରେ ସହାୟକ ହେବ ବୋଲି ପ୍ରଫେସର ସୁଦୀପ୍ତ କୁମାର ନନ୍ଦ ମତବ୍ୟକ୍ତ କରିଥିଲେ। ପରବର୍ତ୍ତୀ ସମୟରେ କାର୍ଡ ସହ ଯୋଡି ହୋଇ ବିଭିନ୍ନ ଅନୁଷ୍ଠାନମାନଙ୍କୁ କାମ କରିବାକୁ ଆହ୍ୱାନ ଦେଇଥିଲେ ପ୍ରଫେସର ମହାଦେଓ ଜୟସ୍ୱାଲ। ଓଡ଼ିଶାରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏହି ଚୁକ୍ତି ଏକ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ସେ ମତପୋଷଣ କରିଥିଲେ। ଶିକ୍ଷାର ବିକାଶ ଦିଗରେ କାର୍ଡର ନିୟମିତ ପ୍ରୟାସକୁ ପ୍ରଫେସର କିଶୋର ବାସା ପ୍ରଶଂସା କରିବା ସହିତ ଆଦିବାସୀ ଛାତ୍ରଛାତ୍ରୀମାନନଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ଚୁକ୍ତି କିପରି ଭାବେ ଫଳପ୍ରଦ ହେବ ସେନେଇ ମତ ରଖିଥିଲେ।

ସମଗ୍ର ଭାରତରେ ଓ ପୃଥିବୀର କୋଣ ଅନୁକୋଣରେ ଶିକ୍ଷା ସହ ଜଡିତ ଥିବା ବ୍ୟକ୍ତି ଆଜି କାର୍ଡକୁ ଜାଣିଚି କାରଣ ନିୟମିତ ଭାବରେ କାର୍ଡ ଅନଲାଇନ କାର୍ଯ୍ୟକ୍ରମ ମାନ ଆୟୋଜନ କରି ବଡ଼ ସାମାଜିକ ଆର୍ଥିକ ତଥା ରାଜନୈତିକ ସମସ୍ୟା ଉପରେ ଗବେଷଣା ଜରିରଖିଛି, ଏହି ଚୁକ୍ତି କାର୍ଡକୁ ଆଉ ପାଦେ ନେଇ ଅଧିକ ସମ୍ବେଦନଶୀଳ ଭାବେ ଆଦିବାସୀ ସମସ୍ୟା ଓ ଶିକ୍ଷା କ୍ଷେତ୍ରରେ ସୃଜନଶୀଳ ପଦକ୍ଷେପ ନେବ ବୋଲି କାର୍ଡର ଉପଦେଷ୍ଟା ପ୍ରଫେସର ଶ୍ରୀନିବାସ ଏନ ଏସ କହିଥିଲେ।

ଏହି ଚୁକ୍ତି ନିଶ୍ଚିତ ଭାବରେ ଓଡ଼ିଶାର ସାମାଜିକ ବିବିଧତାକୁ ଦୁରେଇ ଭାରତ ସରକାରଙ୍କ ଦ୍ଵାରା ପ୍ରଣୟନ କରାଯାଇଥିବା ବିଭିନ ଆଦିବାସୀ କଲ୍ୟାଣ ଯୋଜନାକୁ ଲୋକଲୋଚନକୁ ଆଣିପାରିବ, ଆଦିବାସୀ ସଂସ୍କୃତିର ଅବକ୍ଷୟକୁ ରୋକି ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ପ୍ରକୃତି ସଂସ୍କୃତି ଓ ରାଜନୀତିକୁ ସମାନ୍ତରାଳରେ ରଖିବା କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିବ ବୋଲି ସମାଜସେବୀ ଶାରଦା ପ୍ରସାଦ ଶତପଥୀ ମତ ପ୍ରଦାନ କରିଥିଲେ। ପଦ୍ମଶ୍ରୀ ପ୍ରଫେସର ଦମୟନ୍ତୀ ବେଶ୍ରା ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ କିପରି ଆଦିବାସୀ ଭାଷାର ବିକାଶ ହୋଇପାରିବ ଓ ଆଦିବାସୀ ଯୁବା ବର୍ଗ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେ ନେଇ ଆଲୋକପାତ କରିଥିଲେ ଓ ଏହି ଚୁକ୍ତିର ସଫଳତା କାମନା କରିଥିଲେ। କଠିନ ପରିଶ୍ରମ ଉଭୟ ଅନୁଷ୍ଠାନ ମଧ୍ୟରେ ସହଯୋଗତା ନିଶ୍ଚିତ ଏହି ଚୁକ୍ତିର ଉଦ୍ଦେଶ୍ୟକୁ ସାକାର କରିବା ସହିତ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଥିବା ସ୍ଥାଣୁତାକୁ ଦୁର କରିବ ବୋଲି ପ୍ରଫେସର ଗୌରାଙ୍ଗ ଚରଣ ନନ୍ଦ ମତବ୍ୟକ୍ତ କରିଥିଲେ।

ଏହି ଚୁକ୍ତି କୋରାପୁଟକୁ ଦେଶର ଆଦିବାସୀ ରାଜଧାନୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ, ଯୁବସମାଜରେ ଗବେଷଣା ଧର୍ମି ମନୋଭାବ ବୃଦ୍ଧି କରିବ ବୋଲି କାର୍ଡର ପରାମର୍ଶଦାତା ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ମତ ରଖିଥିଲେ। ସମାଜବିଜ୍ଞାନର ବିକାଶ, ଯୁବ ଦକ୍ଷତା ବିକାଶ, ସଂସ୍କୃତି ର ବିକାଶ ସହିତ ବିଶ୍ୱ ମାନଚିତ୍ରରେ ଓଡ଼ିଶାର ଉପସ୍ଥିତିକୁ ଜାହିର କରିବା କ୍ଷେତ୍ରରେ ଏହି ଚୁକ୍ତି ବିଶେଷ ଫଳପ୍ରଦ ହେବ ବୋଲି ଓଡ଼ିଶା ଲୋକସେବା ଅୟୋଗର ସଚିବ ଅଶୋକ ଦାସ ମତ ରଖିଥିଲେ। ଆଦିବାସୀ ମହିଳାମାନଙ୍କ ଶିକ୍ଷା ଓ ସାମାଜିକ ସ୍ଥିତିରେ ବିକାଶ ଆଣିବା ଗବେଷଣା ଓ ରାଜନୈତିକ ଜ୍ଞାନ ପ୍ରଦାନ କରିବା କ୍ଷେତ୍ରରେ ଜନସଚେତନତା ସୃଷ୍ଟି କରିବା ପାଇଁ ଚୁକ୍ତି ସହାୟକ ହେବ ବୋଲି କହିଥିଲେ ପ୍ରଫେସର ସଂଗୀତା ରଥ।

ଏହି କାର୍ଯ୍ୟକ୍ରମରେ କାର୍ଡର କାର୍ଯ୍ୟନିର୍ବାହୀ ନିର୍ଦେଶକ ରୁଦ୍ରନାରାୟଣ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଶିଷ କୁମାର ଦ୍ବିବେଦୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଫେସର ବିକଳି ଚରଣ ଦାସ, ପ୍ରଫେସର ସୁଦର୍ଶନ ମିଶ୍ର, ପ୍ରଫେସର ସୁବାସ ବାରିକ, ପ୍ରଫେସର ଲୋକନାଥ ମିଶ୍ର, ପ୍ରଫେସର ଲଷ୍ମୀକାନ୍ତ ମିଶ୍ର, ପ୍ରଫେସର ଅମୁଲ୍ୟ ଆଚାର୍ଯ୍ୟ, ଅଧ୍ୟାପକ ଶୁଭମ ଦାସ, ଡ଼ କମଳ ପ୍ରସାଦ ମହାନ୍ତି, ସମୁଏଲ ଲିମା, ଡ଼ ପ୍ରୀତି ଶ୍ରୀ ରଞ୍ଜନ, ଡ଼ ନୁପୁର ପଟନାୟକ, ଡ଼ ଶ୍ରବଣ ବାଗ, ଡ଼ ନିନା ଦାଶ, କାର୍ଡର ଅନ୍ୟତମ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଚିନ୍ମୟ ସାହୁ କାର୍ଡର ସମସ୍ତ ଉପଦେଷ୍ଟା ଓ ସଦସ୍ୟ ଓ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହାୟତା କରିଥିଲେ। ଶେଷରେ ସେଣ୍ଟ୍ରାଲ ଉନିଭର୍ସିଟି ଅଫ ଓଡ଼ିଶାର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ରାମ ଶଙ୍କର ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.