୨୦୨୦-୨୧ ରାଜ୍ୟ ବଜେଟ୍ ଆକାର ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଟପିବା ନେଇ ଆକଳନ

ଭୁବନେଶ୍ବର : ରାଜ୍ୟ  ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‍ ଉପସ୍ଥାପନ କରୁଛନ୍ତି।  ତେବେ ଏଥରର ବଜେଟର ଆକାର ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଟପିବ ବୋଲି ଆକଳନ କରାଯାଇଛି। ୨୦୧୯-୨୦ରେ ରାଜ୍ୟ ବଜେଟ୍‍ ଏକଲକ୍ଷ ୩୯ ହଜାର କୋଟି ଟଙ୍କା ଥିଲା।

ଅନ୍ୟ ପକ୍ଷରେ ୨୦୧୯-୨୦ରେ ରାଜ୍ୟର ବିକାଶ ହାର ୬.୧୬ ପ୍ରତିଶତକୁ ଖସିବ ବୋଲି ସୋମବାର ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟର ବିକାଶ ହାରକୁ ପୂର୍ବ ବର୍ଷଗୁଡ଼ିକ ଭଳି ତ୍ୱରାନ୍ୱିତ କରିବାକୁ ବଜେଟରେ ଅର୍ଥମନ୍ତ୍ରୀ କେତେକ ସଂସ୍କାର ପଦକ୍ଷେପ ଘୋଷଣା କରିବେ ବୋଲି ଆଶା କରାଯାଉଛି।

Comments are closed.