ମହିଳା ଟ୍ବେଣ୍ଟି୨୦ ବିଶ୍ବକପ: ମାନ୍ଧାନା ପାକିସ୍ତାନ ବିପକ୍ଷରେ ଖେଳିବା ନେଇ ଆଶଙ୍କା

କେପ୍‌ଟାଉନ: ଦକ୍ଷିଣ ଆଫ୍ରିକାରେ ମହିଳା ଟ୍ବେଣ୍ଟି୨୦ ବିଶ୍ବକପର ଅଷ୍ଟମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ରବିବାର ଗ୍ରୁପ-ବିର ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ଉକ୍ତ ମ୍ୟାଚରେ ଭାରତର ତାରକା ଓପନର ସ୍ମୃତି ମାନ୍ଧାନା ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚରେ ମାନ୍ଧାନାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଫଳରେ ସେ ବୁଧବାର ବାଂଲାଦେଶ ବିପକ୍ଷ ଦ୍ବିତୀୟ ଅଭ୍ୟାସ ମ୍ୟାଚ ଖେଳିନଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ଖେଳିବା ନେଇ ଆଶଙ୍କା ରହିଛି। ସେହିପରି ଅଧିନାୟିକା ହରମନପ୍ରୀତ କୌର ଦକ୍ଷିଣ ଆଫ୍ରିକା ବିପକ୍ଷ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାର ଫାଇନାଲ ମ୍ୟାଚରେ ଆହତ ହୋଇଥିଲେ। ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ସେଥିରୁ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଦୁଇଟି ଯାକ ଅଭ୍ୟାସ ମ୍ୟାଚ ଖେଳିନଥିଲେ। ମାନ୍ଧାନା ଓ ହରମନପ୍ରୀତ ଫିଟ୍‌ନେସ ପରୀକ୍ଷାରେ ଶନିବାର ଉତ୍ତୀର୍ଣ୍ଣ ହେବା ପରେ ରବିବାର ମ୍ୟାଚ ଖେଳିବା ନେଇ ସ୍ପଷ୍ଟ ହେବ।

Comments are closed.