କରିକୋଲରେ ନୂତନ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଆଠଗଡ଼: ଆଠଗଡ଼ ବ୍ଲକର କରିକୋଲଠାରେ ନବନିର୍ମିତ ଶ୍ରୀରାମ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଏକ ପବିତ୍ରମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ଅଙ୍କୁରାରୋପଣ ଓ ଧ୍ୟାନାଧିବାସ ପରେ ମଙ୍ଗଳବାର ୨୦୦ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ସାପୁଆନଦୀରୁ ଜଳକଳସ ଧାରଣ କରି ଏକ ଶୋଭାଯାତ୍ରାରେ ଗ୍ରାମକୁ ଆସିବା ପରେ କଳସ ସ୍ଥାପନା ପରେ ସାଲା ସଂସ୍କାର ଓ ଯଜ୍ଞକୁଣ୍ଡରେ ଅଗ୍ନିସ୍ଥାପନ ସହିତ ଯଜ୍ଞ ଆରମ୍ଭ ହୋଇଥିଲା। ବୁଧବାର ଶ୍ରୀ ବିଗ୍ରହଙ୍କର ମହାସ୍ନାନ, ଶୟନାଧିବାସ ଓ ମନ୍ଦିରସ୍ନାନ ସହିତ ଗୀତାଯଜ୍ଞ ସଂପନ୍ନ ହୋଇଥିଲା। ଗୁରୁବାର ଶ୍ରୀ ବିଗ୍ରହଙ୍କ ନ୍ୟାସ, ମନ୍ଦିର ନ୍ୟାସ ଓ ଶ୍ରୀରାମ ସହସ୍ରନାମ ଆହୁତି ସଂପନ୍ନ ହୋଇଥିଲା। ଶୁକ୍ରବାର ପ୍ରତିଦିନ ପରି ସୂର୍ଯ୍ୟପୂଜା ଓ ଗୋପୂଜା ପରେ ୍‌‌ରୀ ସୀତାରାମଙ୍କର ଷୋଡଶ ଉପଚାର ପୂଜା ଶ୍ରୀଚଣ୍ଡୀ ଆହୁତି, ବିଗ୍ରହଙ୍କ ନଗର ପରିକ୍ରମା ପରେ ମନ୍ଦିର ପ୍ରବେଶ ଓ ପୂର୍ଣ୍ଣାହୁତି ସହ ସମସ୍ତ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ ହୋଇଥିଲା। ପଣ୍ଡିତ ଗଗନ ବିହାରୀ ଷଡଙ୍ଗୀ ଓ ସହଯୋଗୀମାନେ ସମସ୍ତ ପୂଜାବିଧି ସଂପନ୍ନ କରିଥିବାବେଳେ ଦିବ୍ୟସିଂହ ବିଶ୍ୱାଳ ସସ୍ତ୍ରୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ। ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦାନ କରି ଶ୍ରୀ ଜୀଉଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ। ସର୍ବେଶ୍ୱର ସ୍ୱାଇଁ, ଦିବାକର ବେଉରା, ପର୍ଶୁରାମ ସ୍ୱାଇଁ, ନିମାଇଁ ଚରଣ ସ୍ୱାଇଁ, ବିଜୟ କୁମାର ବେଉରା, ବିଶ୍ୱନାଥ ସ୍ୱାଇଁ, ବିନୋଦ କୁମାର ବେଉରା, ବୈରାଗୀ ବିଶ୍ୱାଳ, ରାଜକିଶୋର ନାୟକ, ପତିତପାବନ ସ୍ୱାଇଁ, କୃଷ୍ଣଚନ୍ଦ୍ର ବେଉରା, ତପନ କୁମାର ସ୍ୱାଇଁ, ସତ୍ୟବାନ ସାହୁ ଏବଂ ରାମଲୀଳା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କ ଅକୁଣ୍ଠ ସାହାଯ୍ୟ ସହଯୋଗରେ ଏହି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ ହୋଇଥିଲା।

Comments are closed.