ଦିନ ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ଗୁରୁବାର ବିଧାନସଭା ପ୍ରଶ୍ନକାଳ କିଛି ସମୟ ସ୍ୱଭାବିକ ଚାଲିବା ପରେ ତିନି ତଲାକ ବିଲ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଏହି ପ୍ରସଙ୍ଗକୁ ନେଇ ବିଜେଡ଼ି ଓ କଂଗ୍ରେସ ସଦସ୍ୟ ମୁହାଁମୁହିଁ ହୋଇଥିଲେ । ପରେ ଉଭୟ ଦଳର ସଦସ୍ୟ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଓ ହୋହାଲ୍ଲା ହୋଇଥିଲେ । ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଦିନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

Comments are closed.