MEllora 950×100

ଓଡିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

କାମାକ୍ଷାନଗର: କାମାକ୍ଷାନଗର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏହି ବାର୍ଷିକ କ୍ରୀଡା ଉତ୍ସବରେ ଲମ୍ବଡିଆଁ, ଉଚ୍ଚ ଡିଆଁ, ଜାଭେଲିନି ଥ୍ରୋ, ସଟଫୁଟ,ଦୌଡ, ଅଙ୍କକଷା, ମ୍ୟୁଜିକ୍ ଚେୟାର୍, ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା। ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ, ସମ୍ମାନୀତ ଅତିଥି ଭାବେ କାମାକ୍ଷାନଗର ଉପଜିଲାପାଳ ଜ୍ୟୋତି ଶଙ୍କର ସାହୁ, ବିଡିଓ ବିକାଶ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଛାତ୍ର ଜୀବନରେ କ୍ରୀଡାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

ବିଶେଷକରି କ୍ରୀଡାଦ୍ୱାରା ଛାତ୍ରଛାତ୍ରୀଙ୍କ ଶାରୀରିକ ତଥା ବୌଦ୍ଧିକ ବିକାଶ ଘଟିଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡା ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ମଧ୍ୟ ଏହି ବିଦ୍ୟାଳୟର ଏକ ସ୍ଥାୟୀ ଖେଳପଡିଆ ନଥିବାରୁ ଜିଲ୍ଲାପାଳ ଯଥାଶୀଘ୍ର ଖେଳପଡିଆର ବ୍ୟବସ୍ଥା କରିବେ ବୋଲି ଘୋଷଣା କରିଥିଲେ। ବିଦ୍ୟାଳୟର ଛାତ୍ରୀ ସ୍ନେହଲତା ନାଥ, ମନସ୍ବିନୀ ସାହୁ, ସ୍ଥିତିପ୍ରଜ୍ଞା ଜେନା, ଛାତ୍ର ପାର୍ଥସାରଥୀ ସାହୁ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ଖେଳ ଶିକ୍ଷକ ଶ୍ରୀକାନ୍ତ ବର୍ମା ଖେଳ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଉତ୍ସବ ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ମାନସୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.