ବନ୍ଦନା ମହାପାତ୍ର ହେଲେ ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଯୁଗ୍ମ ନିର୍ଦେଶକ

ଭୁବନେଶ୍ବର : ଓଡ଼ିଶା ଶିକ୍ଷା ସେବା ଅଧିକାରୀ(ଓଇଏସ୍‌) ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲା ଶିକ୍ଷା ଅଧିକାରୀ(ଡିଇଓ) ବନ୍ଦନା ମହାପାତ୍ରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଯୁଗ୍ମ ନିର୍ଦେଶକ ଭାବେ ବଦଳି କରାଯାଇଛି। ସେହିପରି ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) ଯୁଗ୍ମ ନିର୍ଦେଶକ ବିଶ୍ବନାଥ ତରାଇଙ୍କୁ ଖୋର୍ଦ୍ଧା ଜିଲା ଶିକ୍ଷା ଅଧିକାରୀ(ଡିଇଓ) ଦାୟିତ୍ଵ ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲା ଅତିରିକ୍ତ ଶିକ୍ଷା ଅଧିକାରୀ(ଏଡିଇଓ)ଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା)ର ଉପ-ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଆସନ୍ତା ୧୬ରେ କଳିଙ୍ଗ ଷ୍ଟାଡ଼ିୟମରେ ହେବାକୁ ଥିବା ନବନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କର ଦିଗଦର୍ଶନ କାର୍ଯ୍ୟକ୍ରମ ପରେ ଶ୍ରୀମତୀ ମହାପାତ୍ର ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଦାୟିତ୍ଵ ଗ୍ରହଣ କରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Comments are closed.