ରେକର୍ଡ ସଂଖ୍ୟକ କରେନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୨୩ ହଜାର ଟପିଲା

ଭୁବନେଶ୍ୱର : ରାଜ୍ୟରେ ସୋମବାର ରେକର୍ଡ ସଂଖ୍ୟକ କରେନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଆରୋଗ୍ୟଙ୍କ ସଂଖ୍ୟା ୨୩ ହଜାର ଅତିକ୍ରମ କରିଛି। ସୋମବାର ୧୧୧୯ କରେନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୩,୦୭୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଗଞ୍ଜାମରୁ ସର୍ବାଧିକ ୩୫୪, ଖୋର୍ଦ୍ଧାରୁ ୯୭, ଗଜପତିରୁ ୮୩ ଏବଂ ଯାଜପୁରରୁୁ ୭୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି କେନ୍ଦୁଝରରୁ ୫୭, କଟକରୁ ୫୦, ବୌଦ୍ଧରୁ ୪୦, ନୟାଗଡ଼ରୁ ୩୭, ରାୟଗଡାରୁ ୩୫, ପୁରୀରୁ ୩୧, ବାଲେଶ୍ୱରରୁ ୩୦, ମୟୂରଭଞ୍ଜରୁ ୨୯, ଭଦ୍ରକରୁ ୨୮, ଜଗତସିଂହପୁରରୁ ୨୭ଜଣ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଢେଙ୍କାନାଳରୁ ୨୪, ସୁନ୍ଦରଗଡରୁ ୨୨, କନ୍ଧମାଳରୁ ୧୭, ବଲାଙ୍ଗୀର ଓ ସମ୍ବଲପୁରରୁୁ ୧୬ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ସେହିଭଳି ମାଲକାନଗିରିରୁ ୧୫, ନବରଙ୍ଗପୁରରୁ ୧୨, କେନ୍ଦ୍ରାପଡାରୁ ୧୧, ଅନୁଗୋଳ, କୋରାପୁଟରୁ ୫ ଜଣ, ବରଗଡ଼ରୁ ୪, ସୁବର୍ଣ୍ଣପୁରରୁ ୩ ଏବଂ ଝାରସୁଗୁଡାରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.