ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ, ଆରୋଗ୍ୟଙ୍କ ସଂଖ୍ୟା ୭୪୦୭କୁ ବୃଦ୍ଧି

ଭୁବନେଶ୍ବର : ଗୁରୁବାର ରାଜ୍ୟରେ ରେକର୍ଡ ସଂଖ୍ୟକ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୪୦୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଗଞାମ ଜିଲ୍ଲାରୁ ସର୍ବାଧିକ ୧୦୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୬୭, କଟକରୁ ୪୨, ଯାଜପୁରରୁ ୩୨, ଦେବଗଡରୁ ୧୯ ଓ କୋରାପୁଟରୁ ୧୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଖୋର୍ଦ୍ଧାରୁ ୧୫, ବରଗଡ ଓ ଭଦ୍ରକରୁ ୧୪ଜଣ ଲେଖାଏଁ, ବାଲେଶ୍ବରରୁ ୧୨, କେନ୍ଦୁଝର ଓ ମାଲକାନଗିରିରୁ ୧୦ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଜଗତସିଂହପୁରରୁ ୯, ଝାରସୁଗୁଡା ଓ ମୟୁରଭଞ୍ଜରୁ ୭ଜଣ ଲେଖାଏଁ, କନ୍ଧମାଳରୁ ୬ ଜଣ, ନୟାଗଡ ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ, ନବରଙ୍ଗପୁରରୁ ୪, କେନ୍ଦ୍ରାପଡାରୁ ୩ ଓ ଢେଙ୍କନାଳରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.