କମିଲା ରାଜ୍ୟର ଅଭିବୃଦ୍ଧି ହାର : ୭.୯୦ ରୁ ଖସି ୬.୧୬ ରହିବା ଆକଳନ

ଭୁବନେଶ୍ବର : ବଜେଟ ପୂର୍ବରୁ ସୋମବାର ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଇଛି। ରାଜ୍ୟର ଅଭିବୃଦ୍ଧି ହାର କମିଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି । ଚଳିତ ବର୍ଷ ଅଭିବୃଦ୍ଧି ହାର ୬.୧୬ ରହିବା ନେଇ ଆକଳନ କରାଯାଇଛି। ବାତ୍ୟା ଯୋଗୁଁ କୃଷି ଉତ୍ପାଦନ କମିଥିବାରୁ ରାଜ୍ୟର ଅଭିବୃଦ୍ଧି ହାର ହ୍ରାସ ହୋଇଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି । ଖଣିଜ କାରବାରରେ ମାନ୍ଦା ଯାଗୁଁ  ଜିଏସଡିପି କମିଥିବା ଉଲ୍ଲେଖ କରାଯାଇଛି। ତେବେ ଜାତୀୟ ଜିଏସଡିପି ୨୦୧୯-୨୦ରେ ୫ବର୍ଷ ଆକଳନ ଉଲ୍ଲେଖ କରାଯାଇଛି। ଗତବର୍ଷ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ହାର ୭.୯୦ ରହିଥିଲା । ଜାତୀୟ ତୁଳନାରେ ରାଜ୍ୟର ମୁଣ୍ତପିଚ୍ଛା ଆୟ କମିଛି। ୨୦୧୯-୨୦ରେ ରାଜ୍ୟରେ ମୁଣ୍ଡପିଚ୍ଛା ଆୟ ୧,୦୧,୫୮୭ ଟଙ୍କା ରହିଥିବା ବେଳେ ଜାତୀୟ ମୁଣ୍ଡପିଛା ଆୟ ୧,୩୫,୦୫୦ ଟଙ୍କା ରହିଛି।। ସେହିପରି ୨୦୮-୧୯ରେ ରାଜ୍ୟର ମୁଣ୍ଡପିଚ୍ଛା ଆୟ ୯୫,୧୬୪ ଟଙ୍କା ଥଲା।

Comments are closed.