ବେଙ୍ଗାଲୁରୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର: ପାତ୍ରପୁର ବ୍ଳକ ସୁବର୍ଣ୍ଣପୁର ଗ୍ରାମର ଜଣେ ଓଡ଼ିଆ ଶ୍ରମିକ ବେଙ୍ଗାଲୁରୁରେ ଏକ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ ଶ୍ରମିକ ଜଣକ ହେଉଛନ୍ତି ସନ୍ତୋଷ କୁମାର ପ୍ରଧାନ (୩୯)। ବେଙ୍ଗାଲୁରୁର ଟୁଙ୍କୁରୁ ଅଞ୍ଚଳରେ ଏକ ଘରୋଇ କମ୍ପାନୀରେ ସେ କାର୍ଯ୍ୟରତ ଥିଲେ।
କୋରୋନା ଲକ୍ ଡାଉନ୍ ଯୋଗୁ ସେ ଗ୍ରାମକୁ ଆସିଥିବା ବେଳେ ଗତ ଏକ ମାସ ପୂର୍ବେ ପୁଣି ଫେରିଯାଇଥିଲେ। ୩ ଦିନ ହେବ ସେ ନିଖୋଜ ରହିଥିବା ବେଳେ ସେଠାରେ ଥିବା ତାଙ୍କ ଭାଇ ସ୍ଥାନୀୟ କୋରା ୟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଏକ ଟ୍ରେନ ଲାଇନରେ ତାଙ୍କ ଭାଇଙ୍କ ମୃତଦେହ ପଡ଼ିଥିବା ଖବର ପୁଲିସ ତାଙ୍କ ଭାଇଙ୍କୁ ଜଣାଇଥିଲା। ଖବର ପାଇବା ପରେ ତାଙ୍କ ଭାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ।