MEllora 950×100

ଓଡିଆ ଭାଷା ସାହିତ୍ୟ ବିଭାଗର ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କେନ୍ଦୁଝରଗଡ : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କେନ୍ଦୁଝର ପରିସରରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ବିଶ୍ୱବିଦ୍ୟାଳୟର ସେମିନାର କକ୍ଷରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହାଇଯାଇଛି। ନୂତନ ଭାବେ ନାମ ଲେଖାଇଥିବା ସ୍ନାତକୋତ୍ତର ଓଡ଼ିଆ ବିଭାଗ ନବାଗତ ଛାତ୍ରଛାତ୍ରୀଙ୍କୁ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ସ୍ୱାଗତ ଜଣାଇଥିଲେ। ବିଭାଗୀୟ ମୁଖ୍ୟ ପ୍ରଫେସର ଡ.ବବ୍ରୁବାହନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ପ୍ରଫେସର ଡ. ମହାପାତ୍ର ନବାଗତ ଛାତ୍ରଛାତ୍ରୀଙ୍କୁ ନିଷ୍ଠାପର ଭାବରେ ଶିକ୍ଷାଲାଭ କରିବା ସହିତ ଉଜ୍ୱଳ ଭବିଷ୍ୟତ ଲାଗି ଦେଶ ଓ ଜାତି ପାଇଁ ସେହି ଶିକ୍ଷାର ଯଥାର୍ଥ ଉପଯାଗ କରିବା ପାଇଁ ଆହ୍ୱାନ ଦେଇଥିଲେ। ସହକାରୀ ପ୍ରଫେସର ଡ.ଶିଶିର ବେହେରା ବିଦ୍ୟାର୍ଥୀମାନଙ୍କୁ ଜ୍ଞାନଲାଭ କରି ନିଜ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବା ସହ ବିଶ୍ୱ ବିଦ୍ୟାଳୟର ମର୍ଯ୍ୟାଦା ବୃଦ୍ଧି ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଶୁଭଜିତ ଜେନା ଓ ଅନୁଶ୍ରୀ ସାହୁ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ନବାଗତ ଛାତ୍ରଛାତ୍ରୀଙ୍କୁ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ପୁଷ୍ପ ଦେଇ ସ୍ୱାଗତ ଜଣାଇଥିଲେ। ଚଳିତବର୍ଷ ମିସ୍ ଫ୍ରେସର ଭାବେ ପ୍ରଥମବର୍ଷ ଛାତ୍ରୀ ରାଣୀ ପାଣିଗ୍ରାହୀ ଏବଂ ମିଷ୍ଟର ଫ୍ରେସର ଭାବେ ସୁନୀଲ କୁମାର ସ୍ୱାଇଁଙ୍କୁ ମନୋନୀତ କରାଯାଇଥିଲା। ଦ୍ୱିିତୀୟବର୍ଷର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଶ୍ୱଜିତ୍ ଦାସ, ସାଜନ ଖୁଣ୍ଟିଆ, ମଧୁସ୍ମିତା ମିଶ୍ର, ଅନୁଶ୍ରୀ ସାହୁ, ଶିବାନୀ ବେହେରା, ସୁନିତା ମଞ୍ଜରୀ ସ୍ୱାଇଁ, ଧନୁର୍ଜୟ ନାଥ, ସୁଧାକର ସାହୁ, ଲିପ୍ତିମୟୀ ଦାସ, ବନ୍ଦିତା ଭଟ୍ଟାଚାର୍ଯ୍ୟ, ପୂଜା ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯାଗ କରିଥିଲେ। ଶେଷରେ ଛାତ୍ର ଧର୍ନୁଜୟ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.