ଅନନ୍ତନାଗ ଏନକାଉଣ୍ଟରରେ ଓଡିଆ ଯବାନ ସହିଦ

ଭୁବନେଶ୍ବର : ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାରେ ମଙ୍ଗଳବାର ​ଭୋରରୁ ହୋଇଥିବା ଏନକାଉଣ୍ଟରରେ ଜଣେ ଓଡିଆ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ସହିଦ ଯବାନଙ୍କ ନାମ ଅଜିତ୍ ସାହୁ ଏବଂ ତାଙ୍କ ଘର ଢେଙ୍କାନାଳ ଜିଲାର କାମାକ୍ଷାନଗର ବ୍ଳକ୍ ଅନ୍ତର୍ଗତ ବଡସୁଆଁଳ ଗ୍ରାମରେ ବୋଲି ଜଣାପଡିଛି । ୨୦୧୫ରେ ଅଜିତ୍ ସାହୁ ଭାରତୀୟ ସେନାରେ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ, ଅନନ୍ତନାଗ ଜିଲାର ୱାଘମ ଜିଲାରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରୋନ ଆରମ୍ଭ ହୋଇଥିଲା। ମଙ୍ଗଳବାର ଭୋର ସମୟରେ ଯବାନମାନେ ଆତଙ୍କବାଦୀଙ୍କୁ ଘେରିଯାଇଥିଲେ। ଫଳରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହେବାରୁ ଘଟଣାସ୍ଥଳରେ ମେଜର କେତନ ଶର୍ମା ସହିଦ ହୋଇଥିବା ବେଳେ ୩ ଜଣ ଯବାନ ଆହତ ହୋଇଥିଲେ। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାନରେ ଆହତ ଯବାନମାନଙ୍କ ମଧ୍ୟରୁ ଓଡିଆ ଯବାନ ଅଜିତ୍ ସାହୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ତାଙ୍କ ସହିଦ ସମ୍ପର୍କୀୟ ଖବର ଭାରତୀୟ ସେନା ପକ୍ଷରୁ ମଙ୍ଗଳବାର ଅଜିତଙ୍କ ପରିବାର ଲୋକଙ୍କୁ ଜଣାଯାଇଛି। ମଙ୍ଗଳବାର ରାତିରେ ତାଙ୍କ ପାର୍ଥିବ ଶରୀର ଓଡ଼ିଶାରେ ପହଞ୍ଚିବ।

Comments are closed.