ଆମେରିକାରେ ଓଡ଼ିଆ ହୋଟେଲ ମ୍ୟାନେଜରଙ୍କ ମୃତ୍ୟୁ

ଭୁବନେଶ୍ଵର: ଆମେରିକାର ଏକ ହୋଟେଲରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଉଛି ଅଖିଲ ଭୁଆଁ ସୁମନ୍ତ କୁମାର ଦୀନବନ୍ଧୁ। ତାଙ୍କ ବୟସ ୫୪ ବର୍ଷ। ସେ ଟେକ୍ସାସ୍‌ର ଡାଲାସ୍‌ ଅଞ୍ଚଳରେ ଥିବା ଏକ ହୋଟେଲରେ ମ୍ୟାନେଜର ଥିଲେ।

Please share this on social media. Trying to find family/relatives in Odisha(India) of the deceased individual. He was…

Posted by Santanu Patra on Sunday, 20 December 2020

ତେବେ ଓଡ଼ିଶାର ଏହି ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରି ନାହିଁ। ଏଠାରେ ରହୁଥିବା ତାଙ୍କ ପରିବାରବର୍ଗ ଏବଂ ସମ୍ପର୍କୀୟଙ୍କୁ ଖୋଜିବା ଲାଗି ଶାନ୍ତନୁ ପାତ୍ର ନାମକ ବ୍ୟକ୍ତି ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅନୁରୋଧ କରିଛନ୍ତି। ଖବରକୁ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ମଧ୍ୟ ସେ ନିବେଦନ କରିଛନ୍ତି।

Comments are closed.