ଏସୀୟ ଭାରୋତ୍ତୋଳନ ଚମ୍ପିଆନସିପ୍‌; ବ୍ରୋଞ୍ଜ୍‌ ଜିତିଲେ ଓଡ଼ିଆ ଝିଅ ଝିଲି

ଭୁବନେଶ୍ବର : ଦକ୍ଷିଣ କୋରିଆର ଇଞ୍ଚିଅନରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ଓଡ଼ିଆ ଝିଅ ଝିଲି ଦଳବେହେରା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଝିଲି ଜୁନିୟର ବାଳିକା ୪୫ କେଜି ବର୍ଗରେ ଏହି ସଫଳତା ହାସଲ କରିଛନ୍ତି। ଝିଲି ସ୍ନାଚ୍‌ରେ ୬୭ କେଜି ଓ କ୍ଲିନ୍‌ ଏଣ୍ଡ୍‌ ଜର୍କରେ ୮୯ କେଜି ସହ ମୋଟ ୧୫୬ କିଗ୍ରା ଭାରୋତ୍ତୋଳନ କରି ୩ୟ ସ୍ଥାନରେ ରହିଥିଲେ। ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଘୁଗୁଡ଼ିପଡ଼ା ମକରପ୍ରସାଦ ଗ୍ରାମର ଝିଲି ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ। ଛାତ୍ରାବାସର ପ୍ରଶିକ୍ଷକ ପି. ଧର୍ମାରାଓଙ୍କ ପ୍ରଶିକ୍ଷଣରେ ଝିଲି ୨୦୧୮ରେ ଉଜ୍‌ବେକିସ୍ତାନର ତାସ୍‌କେଣ୍ଟରେ ଆୟୋଜିତ ବିଶ୍ବ ଜୁନିୟର ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ବ୍ରୋଞ୍ଜ, ଗତ ଏପ୍ରିଲରେ ଚୀନରେ ଆୟୋଜିତ ଏସୀୟ ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ରୌପ୍ୟ, ଜୁଲାଇରେ ଅଷ୍ଟ୍ରେଲିଆ ମହାଦେଶର ସାମୋଆର ଆଇପେଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଗତ ସେପ୍ଟେମ୍ବରରେ ଥାଇଲାଣ୍ଡରେ ଆୟୋଜିତ ବିଶ୍ବ ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ମଧ୍ୟ ଝିଲି ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ।

Comments are closed.