ନୟାଗଡ଼ରେ କଙ୍ଗାରୁକୋର୍ଟ ! ୧୫ ପରିବାର ଗାଁରୁ ବାସନ୍ଦ

ନୟାଗଡ଼ : ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅଞ୍ଚଳ ଏକ ଗ୍ରାମରେ ଘଟିଛି ଅମାନବୀୟ ଘଟଣା। ଗ୍ରାମବାସୀଙ୍କ କଥାରେ ହଁ ନ ମାରିବାରୁ କଙ୍ଗାରୁକୋର୍ଟ କରି ୧୫ ପରିବାରକୁ ବାସନ୍ଦ କରାଯାଇଥିବା ଜଣାପଡ଼ିଛି। ଗ୍ରାମରୁ ବସନ୍ଦ ପରେ ସେମାନେ ଦିନ ବେଳା ବସ ଷ୍ଟାଣ୍ଡରେ ଓ ରାତ୍ରି ସମୟରେ ବନ୍ଧୁ ବାନ୍ଧବଙ୍କ ଘରେ ଆଶ୍ରାୟ ନେଉଥିବା ଚିତ୍ର ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ବିଭିନ୍ନ ସମୟରେ  ରାଜନୈତିକ ଆକ୍ରୋଶ ରଖି ସେମାନଙ୍କୁ ଏଭଳି ହଇରାଣ କରାଯାଉଥିଲା। ପରେ ସେମାନଙ୍କୁ ଗ୍ରାମବାସୀମାନେ ଘରେ ପଶି ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ୧୫ ପରିବାରୁ ଜଣେ ଦିବ୍ୟାଙ୍ଗ ମହିଳା ରହୁଥିଲେ ମଧ୍ୟ ତାଙ୍କ ଘରେ ପଶି ଗାଁ ଲୋକେ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି । ଓଡ଼ଗାଁ ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ସେମାନଙ୍କ କଥା ଶୁଣୁ ନ ଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି ।

Comments are closed.