ହାଗିବିସ୍ ବିଧ୍ଵସ୍ତ ଜାପାନକୁ ସହାୟତାର ହାତ ବଢାଇଲା ଭାରତ

ଟୋକିଓ:ଜାପାନରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ‘ହାଗିବିସ୍’ ନାହିଁ ନ ଥିବା କ୍ଷତି ଘଟାଇଛି। ରବିବାର ଝଡ଼ବର୍ଷା ସ୍ଥଳଭାଗ ଛୁଇଁଥିବାବେଳେ ତାଣ୍ଡବ ରଚନା କରିଛି। ଶନିବାରଠାରୁ ଅଦ୍ୟାବଧି ଏଥିରେ ପ୍ରାୟ ୩୩ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ୧୫ଜଣ ନିଖୋଜ ଅଛନ୍ତି। ଏକ ଲକ୍ଷରୁ ଅଧିକଙ୍କୁ ବିପର୍ଯ୍ୟୟରୁ ଉଦ୍ଧାର କରାଯାଇଛି। ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୨୧୬ କିମି ବେଗରେ ପବନ ବହୁଛି। ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇ ରହିଛି। କେନ୍ଦ୍ରୀୟ ଜାପାନ ସହ ହଂସୁ ଦ୍ବୀପରେ ସର୍ବାଧିକ କ୍ଷତି ହୋଇଛି। ନାଗାନୋ ଚିକୁମା ନଦୀରେ ବନ୍ୟା ଆସିବା ସହ ଘାଇ ହୋଇଛି। ଏଠାରେ ଦୁଇ ମହଲା ଉଚ୍ଚତାରେ ପାଣି ବହୁଛି। ଝଡ଼ବର୍ଷା ଓ ଘାଇ ଯୋଗୁଁ ଅଞ୍ଚଳରେ ବହୁ ଘରଦ୍ବାର ଭାଙ୍ଗିଯାଇଛି। ଉଦ୍ଧାର ଓ ସହାୟତା କାର୍ଯ୍ୟରେ ଦେଶର ୩୧ହଜାର ସୈନିକ ନିୟୋଜିତ ହୋଇଛନ୍ତି। ଇୱାକି ଓ ଫୁକୁସିମାରେ ​‌ହେଲିକପ୍ଟର ଓ ଡଙ୍ଗା ସହାୟତାରେ ପାଣି ଘେରରୁ ଲୋକଙ୍କୁ ଉଦ୍ଧାର କରାଯାଉଛି। ଜାପାନର ଏହି ଏଭଳି ପରିସ୍ଥିତିରେ ସହାୟତାର ହାତ ବଢାଇଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି ଏହି ଝଡ଼ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ  ସମବେଦନା ଜ୍ଞାପନ କରିବା ସହ ଜାପାନର ଏଭଳି ବିପତ୍ତିରେ ଭାରତ ସମସ୍ତ ସାହାଯ୍ୟ ପାଇଁ ଛିଡା ହୋଇଥିବା କରିଛନ୍ତି।  ଭାରତୀୟ ନୈସେନାର ଦୁଇଟି ଜାହାଜ ରିଲିଫ ସାମଗ୍ରୀ ନେଇ ଜାପାନ ଅଭିମୁଖେ ଯାଇଛନ୍ତି।

Comments are closed.