ଚଳିତ ସପ୍ତାହରେ ଓସିଏସ୍‍ ପରୀକ୍ଷା ଫଳ

କଟକ: ଚଳିତ ସପ୍ତାହର ଶେଷସୁଦ୍ଧା ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ (ଓସିଏସ୍‍) ୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ସମ୍ପର୍କରେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ସତ୍ୟଜିତ୍‍ ମହାନ୍ତି ଟ୍ୱିଟ୍‍ର୍‍ରେ ସୂଚନା ଦେଇଛନ୍ତି। ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ ୨୦୨୦ ନିମନ୍ତେ ସାକ୍ଷାତକାର ପରୀକ୍ଷା ସେପ୍ଟେମ୍ବର ତୃତୀୟ ସପ୍ତାହରୁ ଆରମ୍ଭ ହେବ। ଏଥିପାଇଁ ପରୀକ୍ଷାର୍ଥୀ ଓଡ଼ିଶା ଲୋକସେବା ଆୟୋଗର ୱେବ୍‍ ସାଇଟ୍‍ରେ ସମସ୍ତ ସୂଚନା ପାଇପାରିବେ ବୋଲି କୁହାଯାଇଛି।

ପୃଥିବୀ ନେଉଛି ନିଃଶ୍ୱାସ; ଦେଖନ୍ତୁ ଭିଡିଓ

ସୂଚନାଥାଉକି, ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍-୨୦୨୦ ପରୀକ୍ଷା ଫଳ ଏବଂ ଓଡ଼ିଶା ଜୁଡିସିଆଲ୍‍ ସର୍ଭିସେସ୍‍ ପରୀକ୍ଷା ଫଳ ପ୍ରକାଶନ ବିଳମ୍ବ ଘଟୁଛି ବୋଲି ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ। ତେବେ ମୂଳ୍ୟାଙ୍କନ ନିମନ୍ତେ ଉପଯୁକ୍ତ ପ୍ରଫେସର୍‍ ଓ ଆସୋସିଏଟ୍‍ ପ୍ରଫେସର୍‍ଙ୍କ ଅଭାବ ଥିବା ଦର୍ଶାଇ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଖୋଯାଇଥିଲା।

 

Comments are closed.