ଓସେପା ଏସପିଡିଙ୍କ ବେଗୁନିଆ ବ୍ଲକ ପରିଦର୍ଶନ
ବେଗୁନିଆ : ଆସନ୍ତା କାଲି ଠାରୁ ସରକାର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ଯାଉଥିବା ବେଳେ ସ୍କୁଲ ଗୁଡିକର ପାରିପାର୍ଶ୍ବିକ ଅବସ୍ଥା ଏବଂ ଭିତ୍ତିଭୂମି ତଦାରଖ କରିବା ପାଇଁ ଓସେପା ଷ୍ଟେଟ ପ୍ରୋଜେକ୍ଟ ଡାଇରେକଟର ଭୁପିନ୍ଦର ସିଂ ପୁନିଆ(ଆଇଏଏସ) ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ ବେଗୁନିଆ ବ୍ଲକ ପରିଦର୍ଶନ କରିଛନ୍ତି । ତାଙ୍କୁ ଏଠାରେ ନୂତନ ଭାବେ ଯୋଗ ଦେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଷ୍ଣୁପ୍ରସାଦ ମିଶ୍ର ଏବଂ ଏବିଇଓ ତଥା ବିଆରସିସି ଦିଲ୍ଲୀପ କୁମାର ମହାପାତ୍ର ସହଯୋଗ କରି ବିଭିନ୍ନ ସ୍କୁଲ ପରିଦର୍ଶନ କରାଇବାରେ ସାହାଯ୍ୟ କରିଥିଲେ । ଶ୍ରୀ ପୁନିଆ ସାରୁଅସ୍ଥିତ ପଂଚପଲ୍ଲୀ ବାଉତି ବିଦ୍ୟାପୀଠ ଏବଂ ବେଗୁନିଆ ଗୋପବନ୍ଧୁ ହାଇସ୍କୁଲ ପରିଦର୍ଶନ କରି ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କ ସହିତ ଆଲୋଚନା କରି ସମସ୍ତ ବିଷୟରେ ପଚାରି ବୁଝିଥିଲେ । ସେ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ତଦାରଖ କରି ସନ୍ତୋଷ ପ୍ରକାଶ କରିଥିଲେ । ପରେ ସେ ବୋଲଗଡ଼ ବ୍ଲକ ଗସ୍ତ କରିଥିଲେ ।