ଦୁଇ ଓଡ଼ିଆ ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଲଦାଖର ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷରେ ସହିଦ ହୋଇଥିବା ୨ ଜଣ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ୍‌ଙ୍କ ପାର୍ଥିବ ଶରୀରରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୁଷ୍ପମାଲ୍ୟ ଅର୍ପଣ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ବୀର ଯବାନଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଦିଆଯିବା ସମୟରେ ବହୁ ନେତା, ମନ୍ତ୍ରୀ ଓ ପୁଲିସ କର୍ମଚାରୀମାନେ ଉପସ୍ଥିତ ଅଛନ୍ତି।

ଉଲ୍ଲେଖ ଯୋଗ୍ୟ, ଭାରତୀୟ ଭୂଖଣ୍ଡ ପୂର୍ବ ଲଦାଘର ଗଲୱାନ୍‌ ଘାଟିରେ ଚୀନ୍‌ ସେନା ସହ ଲଢି ସହିଦ ହୋଇଥିବା ଜଣେ ​‌କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ୍ ହୋଇଥିବାବେଳେ ଏଥିରେ ଦୁଇ ବୀର ଓଡ଼ିଆ ପୁଅ ରହିଥିଲେ। ଦୁଇ ଓଡ଼ିଆ ସହିଦ୍‌ଙ୍କ ମଧ୍ୟରେ କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ର ବୀରପୁତ୍ର ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ(୨୮) ଓ ମୟୁରଭଞ୍ଜ ଜିଲା ବିଜାତଳା ବ୍ଲକ୍‌ର ନାଏବ ସୁବେଦାର ନାନ୍ଦୁରାମ ସୋରେନ୍‌(୪୨) ରହିଥିବା ଜଣାପଡିବା ପରେ ରାଜ୍ୟବ୍ୟାପୀ ଶୋକର ଛାୟା ଖେଳିଯାଥିଲା।

Comments are closed.