ଓଏଏସ୍‍ ମୁଖ୍ୟ ଫଳ ପ୍ରକାଶିତ ; ୩୦୭ କୃତକାର୍ଯ୍ୟ

କଟକ : ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‍ସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‍) ପରୀକ୍ଷା-୨୦୧୯ର ଲିଖିତ ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇଛି। ଏଥିରେ ମୋଟ ୩୦୭ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଆସନ୍ତା ୨୨ରୁ ଏହି କୃତୀ ଛାତ୍ରଛାତ୍ରୀଙ୍କ ସାକ୍ଷାତକାର ପରୀକ୍ଷା ଆୟୋଗର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ସାକ୍ଷାତକାର ସହିତ କୃତୀ ଛାତ୍ରଛାତ୍ରୀଙ୍କ ସମସ୍ତ ସାର୍ଟିଫିକେଟ(ପ୍ରମାଣପତ୍ର) ଯାଞ୍ଚ କରାଯିବ। ପ୍ରକାଶ ଯେ, ୨୦୧୯ବର୍ଷ ପାଇଁ ଆୟୋଗ ପକ୍ଷରୁ ୨୦୨୦ ଡିସେମ୍ବର ୭ରୁ ୨୦୨୧ ଜାନୁଆରୀ ୩ ମଧ୍ୟରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

Comments are closed.