ଗଠନ ହେଲା ‘ନ୍ୟାୟ ପାଇଁ ସଂଘର୍ଷ’ ସଂଗଠନ

ନିମାପଡ଼ା: ନୂଆବର୍ଷ ଆରମ୍ଭରେ ନିମାପଡ଼ାର ବୁଦ୍ଧିଜୀବି, ବରିଷ୍ଠ ନାଗରିକ, ପ୍ରତିଭା ସମ୍ପନ୍ନ ବ୍ୟକ୍ତିମାନଙ୍କୁ ନେଇ ନ୍ୟାୟ ପାଇଁ ସଙ୍ଘର୍ଷ ନାମରେ ଏକ ସଂଗଠନ ଗଠନ କରାଯାଇଛି। ହୋମିଓପାଥି ଚିକିତ୍ସକ ନେତ୍ରାନନ୍ଦ ଭୋଇଙ୍କ ସଭାପତିତ୍ବରେ ନିମାପଡ଼ା ଶୁଭମ ମଣ୍ଡପଠାରେ ଏହା ଉଦ୍‌ଘାଟିତ ହୋଇଛି। ଗରିବ, ନିଷ୍ପେସିତ, ଅସହାୟ ଲୋକଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ସହିତ ଲୋକଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚାଇବା ଦିଗରେ ଏହି ସଂଗଠନ କାମ କରିବ ବୋଲି ସୂଚନା ଦିଆଯାଇଛି। ବରିଷ୍ଠ ଆଇନଜୀବି ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଉଦଘାଟନୀ ସଭାରେ ଅବସରପ୍ରାପ୍ତ ଜିଲ୍ଲା ବିଚାରପତି ଚିନ୍ତାମଣି ପଣ୍ଡା, ବରିଷ୍ଠ ଆଇନଜୀବି ପ୍ରଭାକର ଜେନା, ଅବସରପ୍ରାପ୍ତ ଶିକ୍ଷା ପ୍ରଶାସକ ସୁଦର୍ଶନ ଲେଙ୍କା, ସମାଜସେବୀ ରିତା ସେଠ୍, ରେଡ଼ିଓ ନମସ୍କାରର ଅଧ୍ୟକ୍ଷ ଅନସାରୀ, ଯୁବ ସଂଗଠକ ଦିଲୀପ ପାତ୍ର, ନିରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଜନତାଙ୍କୁ ନ୍ୟାୟ ପ୍ରଦାନ ଲାଗି ସମସ୍ତେ ଏକାଠି ହୋଇ ନିଷ୍ଠାପର ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ

Comments are closed.