ମାଆ ହେଲେ ସାଂସଦ ନୁସରତ ଜାହାଁ

କୋଲକାତା: ମାଆ ହେଲେ ଟିଏମ୍‌ସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁ। ଗୁରୁବାର ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ବୁଧବାର ନୁସରତଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିନେତା ୟଶ ଦାସଗୁପ୍ତା ନୁସରତଙ୍କୁ ହସ୍ପିଟାଲ ନେଇ ଆସିଥିଲେ। ନୁସରତ ମାଆ ହେବା ପରେ ତାଙ୍କ ପାଖକୁ ରାଜନୀତି ଜଗତଠାରୁ ଆରମ୍ଭ କରି ସିନେଜଗତ ପର୍ଯ୍ୟନ୍ତ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।

ସୂଚନାଯୋଗ୍ୟ, ନୁସରତ ୨୦୧୯ରେ ନିଖିଲ ଜୈନଙ୍କୁ ବିବାହ ହୋଇଥିଲା। ତେବେ ବିବାହର କିଛି ଦିନ ପରେ ନିଖିଲ ଏବଂ ନୁସରତଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ପରେ ୨୦୨୧ରେ ଉଭୟ ଅଲଗା ହୋଇ ରହିଥିଲେ। ନିଖିଲ ଏବଂ ନୁସରତ ପରସ୍ପରଠାରୁ ଏଯାଏଁ ଛାଡପତ୍ର ନେଇ ନ ଥିଲେ ସୁଦ୍ଧା ଆଉ ଏକାଠି ରହୁନାହାନ୍ତି। ଏବେ ନୁସରତ ଅଭିନେତା ୟଶ୍‌ ଦାସଗୁପ୍ତାଙ୍କ ସହ ପ୍ରେମ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଉଭୟଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ।

Comments are closed.