ସରକାର ଶକ୍ତିଶାଳୀ ଭାରତ ଗଠନ ପାଇଁ ଆଗ୍ରହୀ – ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଗତ ୬ ମାସ ଭିତରେ ଏନ୍‍.ଡି.ଏ. ସରକାର ଏଭଳି ଅନେକ ନିଷ୍ପତ୍ତି ନେଇଛନ୍ତି ଯାହା ଦେଶର ବିକାଶକୁ ତ୍ୱରାନ୍ୱିତ କରିଛି ଓ ଲୋକମାନଙ୍କୁ ସାମାଜିକ ସ୍ତରରେ କ୍ଷମତାପନ୍ନ କରିଛି ଏବଂ ଭାରତର ଏକତା ବୃଦ୍ଧି କରିଛି। ଏକ ଟ୍ୱିଟ୍‍ ବାର୍ତ୍ତାରେ ମୋଦୀ କହିଛନ୍ତି, ସରକାର ଆଗାମୀ ଦିନଗୁଡ଼ିକରେ ଆହୁରି ଅଧିକ କାର୍ଯ୍ୟକରି ଦେଖାଇବାକୁ ଚାହାନ୍ତି ଯାହାଫଳରେ ଏକ ସମୃଦ୍ଧ ତଥା ଶକ୍ତିଶାଳୀ ନବଭାରତ ଗଠନ କରାଯାଇ ପାରିବ।

ସେ କହିଛନ୍ତି, ସବ୍‍ କା ସାଥ୍‍, ସବ୍‍ କା ବିକାଶ, ସବ୍‍ କା ବିଶ୍ୱାସର ମନ୍ତ୍ରରେ ଅନୁପ୍ରାଣିତ ହୋଇ ଓ ଦେଶର ୧୩୦ କୋଟି ଜନତାଙ୍କ ବିଶ୍ୱାସଭାଜନ ହୋଇ ଏନ୍‍.ଡି.ଏ. ସରକାର ଭାରତକୁ ବିକାଶପଥରେ ଆଗେଇ ନେବାକୁ ଅହରହ କାର୍ଯ୍ୟ କରୁଛନ୍ତି। ଏହା ଦେଶର ୧୩୦ କୋଟି ଲୋକଙ୍କୁ କ୍ଷମତାପନ୍ନ କରିବ ବୋଲି ସେ କହିଛନ୍ତି।

Comments are closed.