ବୃଦ୍ଧି ପାଇଛି ଚିତାବାଘ ସଂଖ୍ୟା, ଧନ୍ୟବାଦ ଜଣାଇଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସିଂହ ଓ ବାଘ ସଂଖ୍ୟାପରେ ବର୍ତ୍ତମାନ ଚିତାବାଘମାନଙ୍କର ସଂଖ୍ୟା ବୃଦ୍ଧି ପାଇଛି। ଟ୍ୱିଟ୍‍
କରି ଶ୍ରୀ ମୋଦୀ ଏଥିପାଇଁ କାର୍ଯ୍ୟ କରିଥିବା ବନ୍ୟଜନ୍ତୁ ସଂରକ୍ଷଣ ବିଭାଗ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଆଗକୁ ଏଭଳି ପ୍ରୟାସ ଜାରି ରଖିବାକୁ ହେବ ଓ ଜୀବଜନ୍ତୁମାନେ ଯେପରି ନିରାପଦରେ ରହିପାରିବେ ତାହା ଆମକୁ ନିଶ୍ଚିତ କରିବାକୁ ହେବ।


ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଗତକାଲି ୨୦୧୮ ମସିହା ପାଇଁ ଚିତାବାଘମାନଙ୍କ ସଂଖ୍ୟା ସମ୍ବନ୍ଧୀୟ ସ୍ଥିତାବସ୍ଥା ରିପୋର୍ଟ ଜାରି କରିଥିଲେ। ଦେଶରେ ୧୨ହଜାର ୮୫୨ଟି ଚିତାବାଘ ଥିବାର ଶ୍ରୀ ଜାଭେଡକର ଘୋଷଣା କରିଥିଲେ। ୨୦୧୪ ତୁଳନାରେ ୨୦୧୮ ମସିହାରେ ଚିତାବାଘମାନଙ୍କର ସଂଖ୍ୟାରେ ଶତକଡା ୬୦ଭାଗ ବୃଦ୍ଧି ଘଟିଥିବାର ଶ୍ରୀ ଜାଭେଡକର ଜଣାଇଥିଲେ।

Comments are closed.