କୋଭିଡ-୧୯ ଆରୋଗ୍ୟ ସଂଖ୍ୟା ସକ୍ରିୟଙ୍କଠାରୁ ଦୁଇଗୁଣରୁ ଅଧିକ : ଆରୋଗ୍ୟ ହାର ୬୮.୭୮%

ନୂଆଦିଲ୍ଲୀ :  ଦେଶରେ କୋଭିଡ-୧୯ ଆରୋଗ୍ୟ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇ ୧୪ ଲକ୍ଷ ୮୦ହଜାର ୮୮୪ରେ ପହଞ୍ଚିଛି। ଗତ ୨୪ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୫୩ହଜାର ୮୭୯ଜଣ ସୁସ୍ଥ ହେବା ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ କୋଭିଡ-୧୯ଙ୍କ ସଂଖ୍ୟାଠାରୁ ଦୁଇଗୁଣରୁ ଅଧିକ ହୋଇଛି। ଫଳରେ ପରେ ଆରୋଗ୍ୟ ହାର ୬୮.୭୮ ପ୍ରତିଶତକୁ ବୃଦ୍ଧିପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋଭିଡ-୧୯ ମହାମାରୀରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୬୪ହଜାର ୩୯୯ଜଣ ସଂକ୍ରମିତ ହେବା ଫଳରେ ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୨୧ଲକ୍ଷ ଅତିକ୍ରମ କରିଛି। ଏଥିସହ ଗତ ୨୪ଘଣ୍ଟା ମଧ୍ୟରେ ଆଉ ୮୬୧ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିବା ଫଳରେ ମୃତ୍ୟୁ ସଂଖ୍ୟା ୪୩ ହଜାର ୩୭୯ରେ ପହଞ୍ଚିଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ମୃତ୍ୟୁହାର ହ୍ରାସ ପାଇ୨.୦୧ ପ୍ରତିଶତ ହୋଇଛି। ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬ଲକ୍ଷ ୨୮ହଜାର ୭୪୭ରହିଛି, ଯାହାକି ମୋଟ୍‍ ସଂକ୍ରମିତ ସଂଖ୍ୟାର ୨୯. ୨୦ ପ୍ରତିଶତ।

କ୍ରମାଗତ ଭାବେ ତୃତୀୟ ଦିନ ଲାଗି କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ୬୦ହଜାର ଅତିକ୍ରମ କରିଛି। ଗତ ଶୁକ୍ରବାର ଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୦ଲକ୍ଷ ଅତିକ୍ରମ କରିଥିଲା। ଆଇସିଏମ୍‍ଆର୍‍ର ସୂଚନା ଅନୁଯାୟୀ ଶନିବାର ଗୋଟିଏ ଦିନରେ ୭ଲକ୍ଷ ୧୯ହଜାର ୩୬୪ନମୂନା ପରୀକ୍ଷା କରାଯାଇଛି, ଯାହାକି ଗୋଟିଏ ଦିନରେ
ସର୍ବାଧିକ ନମୂନା ପରୀକ୍ଷା।

Comments are closed.