୧କୋଟି ୨୧ ଲକ୍ଷରେ ପହଞ୍ଚିଲା ଜିଏସ୍‍ଟି ପ୍ରଦାନକାରୀଙ୍କ ସଂଖ୍ୟା

ବେଙ୍ଗଲୁରୁ : ଦେଶରେ ଜିଏସ୍‍ଟି ପ୍ରଦାନକାରୀଙ୍କ ସଂଖ୍ୟା ଇତିମଧ୍ୟରେ ୧କୋଟି ୨୧ ଲକ୍ଷରେ ପହଞ୍ଚିଛି । ଜିଏସ୍‍ଟି ମନ୍ତ୍ରୀ ସ୍ତରୀୟ  ଗୋଷ୍ଠୀର ମୁଖ୍ୟ ତଥା ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ କହିଛନ୍ତି।  ସେହିପରି ୬୬ ଲକ୍ଷ ୭୯ ହଜାର ବ୍ୟବସାୟୀ ନୂତନ ଭାବେ ପଞ୍ଜିକୃତ ହୋଇଛନ୍ତି ବୋଲି ସେ କହିଛନ୍ତି ।

ଟିକସ ଖିଲାପିଙ୍କ ବିରୁଦ୍ଧରେ ପଦକ୍ଷେପ ଏବଂ ଜିଏସ୍‍ଟି ଦାଖଲକୁ ସରଳୀକରଣ ପ୍ରସଙ୍ଗରେ ସୋମବାର ଜିଏସ୍‍ଟି ପରିଷଦ ମନ୍ତ୍ରୀ ସ୍ତରୀୟ ଗୋଷ୍ଠୀ ବୈଠକରେ ଆଲୋଚନା ହୋଇଛି । ଗୋଷ୍ଠୀର ମୁଖ୍ୟ ତଥା ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୧୫ ପ୍ରତିଶତ ଜିଏସ୍‍ଟି ପ୍ରଦାନ କରିଛନ୍ତି। ରାଜ୍ୟ ସ୍ତରରେ ଏହି ନୂତନ ପଞ୍ଜିକୃତ ଟିକସ ଖିଲାପିଙ୍କ ଘରକୁ ଯାଇ ଯାଞ୍ଚ କରାଯାଉଛି । ସେ କହିଛନ୍ତି, ଜିଏସ୍‍ଟି ରିଟର୍ଣ୍ଣ-୧
ଦାଖଲ କରିନଥିବା ୩ଲକ୍ଷ ୪୭ହଜାର ବ୍ୟବସାୟୀଙ୍କ ଇ-ୱେ ବିଲ୍‍ ଦାଖଲ ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଛି । ତେବେ କ୍ରମାଗତ ଦୁଇଥର ପାଇଁ ଏହାକୁ ଦାଖଲ କରିନଥିବା ବ୍ୟବସାୟୀଙ୍କଠାରୁ ଦୈନିକ ୧୦୦ ଟଙ୍କା ଆକାରରେ ଜରିମାନା ଆଦାୟ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ନୂତନ ବ୍ୟବସ୍ଥା ଅନୁଯାୟୀ ଟିକସ ପ୍ରଦାନ ଆସନ୍ତା ଏପ୍ରିଲ୍‍ ପହିଲାରୁ ଲାଗୁ ହେବ। ସେ କହିଛନ୍ତି, ଯେ ଜିଏସ୍‍ଟି ବାବଦରେ ୨୫ହଜାର ୧୭୦ କୋଟି ଟଙ୍କା ଫେରସ୍ତ ହେବାକୁ ଥିବା ବେଳେ ଇତିମଧ୍ୟରେ ୨ହଜାର ୫୦୩କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି ।

Comments are closed.