ନୂଆପଡ଼ା ଜିଲାପାଳଙ୍କ ଆବାସରେ ପୁଣି ପଶିଲା ଭାଲୁ

ନୂଆପଡ଼ା: ନୂଆପଡ଼ା ଜିଲାପାଳଙ୍କ ଆବାସ ପରିସରକୁ ପୁଣି ଥରେ ଭାଲୁ ପଶି ଅସିଥିବା ସୂଚନା ମିଳିଛି। ନୂଆପଡ଼ା ବନବିଭାଗ ରେଞ୍ଜର ବିନିତା ଭୋଇଙ୍କ କହିବା ମୁତାବକ ଭାଲୁଟି ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ସହର ମଧ୍ୟରେ ଘୁରି ବୁଲୁଛି। ୧୩ ତାରିଖ ରାତିରେ ଆମ୍ବ ଖାଇବା ଉଦ୍ଦେଶ୍ୟରେ ଭାଲୁଟି ଜିଲାପାଳଙ୍କ ଆବାସ ପରିସରରକୁ ଆସି ଫସି ଯାଇଥିଲା। ଦିନତମାମ ଭାଲୁଟି ଜିଲାପାାଳଙ୍କ ଆବାସ ପରିସରରେ ରହିବା ପରେ ରାତିରେ ବାଡ଼ ଡେଇଁ ଚାଲି ଯାଇଥିଲା। କିନ୍ତୁ ଆଜି ସଦରମହକୁମା ମୁଖ୍ୟ ସଡ଼କରେ ଥିବା ଦିପକ ହୋଟେଲ ସମ୍ମୁଖରେ ଲୋକେ ଭାଲୁଟିକୁ ଦେଖିବାକୁ ପାଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଅସିବା ବେଳକୁ ଭାଲୁଟି ଜିଲାପାଳଙ୍କ ବାସଭବନ ପରିସରକୁ ପ୍ରବେଶ କରିଥିଲା। ଦେଖଣାହାରୀଙ୍କ କହିବା ମୁତାବକ ଜିଲାପାଳଙ୍କ ବାସଭବନ ପଛପାଖ କାନ୍ଥ ନିକଟରେ ଥିବା ଏକ ଘଛରେ ଚଢ଼ି ଭାଲୁଟି ପ୍ରବେଶ କରିଥିଲା। ଖବର ଲେଖା ଯିବା ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀମାନେ ଜିଲାପାଳଙ୍କ ଆବାସ ପରିସରରେ ଭାଲୁଟିକୁ ଜଗି ରହିଛନ୍ତି।

Comments are closed.