ଟ୍ରାକ୍ଟର ପଡ଼ି ଡ୍ରାଇଭର ମୃତ

ଖଡିଆଳ: ନୂଆପଡା ଜିଲା ଖଡିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତର ଝୋଲପଥର ଗ୍ରାମରେ ଏକ ଟ୍ରାକ୍ଟର ଚାପିହୋଇର ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥଛି। ମୃତ ଡ୍ରାଇଭର ଜଣକ  ହେଲେ ସାନମହେଶ୍ୱର ଗ୍ରାମର ଦିଗମଳ ନେତାମ।

ସୂଚନା ଅନୁଯାୟୀ, ଦିଗମଳ ନେତାମ ଟ୍ରାକ୍ଟରରେ ମାଟି ବୋଝେଇ ସ୍ଥାନୀୟ ଝୋଲପଥର ଗ୍ରାମକୁ ନେଉଥିବା ବେଳେ ଗ୍ରାମ ପାଖର ଏକ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଡ୍ରାଇଭର ତଲେ ପଡିଯାଇଥିଲେ। ଏହି ସମୟରେ ଟ୍ରାକ୍ଟରଟି ଡ୍ରାଇଭରଙ୍କ ଉପରେ ପଡିଯିବାରୁ ଘଟଣାସ୍ଥଳରେ ଡ୍ରାଇଭର ଦିଗମଳ ନେତାମଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଖଡିଆଳ ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହ ଓ ଟ୍ରାକ୍ଟରକୁ ଜବତ କରି ଘଟଣାର ତଦନ୍ତ ଚଲାଉଥିବା ନେଇ ଏସଆଇ ଡମ୍ବରୁଧର ପ୍ରଧାନ ସୂଚନା ଦେଇଛନ୍ତି।

Comments are closed.