ନୂଆପଡ଼ା ପାଇଁ ଗୌରବ ଆଣିଲେ ଯଶୋଦା; ୟୁଏନ୍ରୁ ପାଇଲେ ଭି-ଆୱାର୍ଡ

ନୂଆପଡ଼ା : ନୂଆପଡ଼ା ସଦରବ୍ଲକ ଅନ୍ତର୍ଗତ ଡୁମେରପାଣି ପଞ୍ଚାୟତ ହଳଦୀ ଗ୍ରାମର ଯଶୋଦା ପାଣ୍ଡେ (୨୨) ଜିଲା ପାଇଁ ଏକ ଅନନ୍ୟ ଗୌରବ ଆଣିଛନ୍ତି। ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ବିଶ୍ୱ ଭଲେଣ୍ଟିିୟର ଦିବସ ଅବସରରେ ମିଳିତ ଜାତିସଂଘ ପକ୍ଷରୁ ଭି-ଆୱାର୍ଡ ପ୍ରଦାନ କରାଯାଉଥିବା ବେଳେ ଚଳିତବର୍ଷ ଭାରତର ୧୦ ଜଣଙ୍କୁ ଏହି ପୁରସ୍କାର ଦିଆଯାଇଥିବା କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ଘୋଷଣା କରିଛନ୍ତି। ଏଥିମଧ୍ୟରୁ ଜଣେ ହେଲେ ଯଶୋଦା। ରୂପସିଂ ପାଣ୍ଡେ ଓ କମଳାବାଇଙ୍କ ଝିଅ ଯଶୋଦା ନୂଆପଡ଼ା ବ୍ଲକର ଅନନ୍ୟା ଗାର୍ଲସ ଫେଡେରେସନର ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ବିଶେଷକରି ସେ ବାଲ୍ୟବିବାହ ରୋକିବା ଉପରେ କାର୍ଯ୍ୟ କରୁଛନ୍ତି। ଗତ ୫ବର୍ଷ ମଧ୍ୟରେ ସେ ୧୫ରୁ ଊର୍ଦ୍ଧ୍ବ ବାଲ୍ୟବିବାହ ଅଟକାଇବାରେ ସଫଳ ହୋଇପାରିଛନ୍ତି।