ପିସିସି ସଭାପତିଙ୍କ ନୂଆଖାଇ ଅଭିନନ୍ଦନ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆସନ୍ତାକାଲି ଅର୍ଥାତ ରବିବାର ପାଳନ ହେବାକୁ ଯାଉଥିବା ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ସମେତ ସମସ୍ତ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

ଶ୍ରୀ ପଟ୍ଟନାୟକ ଏକ ବିବୃତିରେ କହିଛନ୍ତି ଯେ, ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାବେଳେ ନୂଆଖାଇ ପର୍ବ ସେଥିରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ଏହି ଦିନଟି ଚାଷୀଭାଇଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହୋଇଥାଏ। ସମଗ୍ର ବିଶ୍ୱରେ ଯେଉଁ କରୋନା ମହାମାରୀ​ ଦେଖାଦେଇଛି, ଯାହାଦ୍ବାରା ଜନସାଧାରଣ ଜୀବନ ଜୀବିକା ହରାଇ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବେଳେ ଚାଷ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି। ମହାମାରୀର​ ମୁକାବିଲା କରିବା ପାଇଁ ସମଗ୍ର ରାଜ୍ୟବାସୀଙ୍କୁ​ ଧୈର୍ଯ୍ୟ​ ଓ ସାହାସ ପ୍ରଦାନ କରନ୍ତୁ ଏବଂ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ​ ମା’ ସମଲେଶ୍ୱରୀ ଆଶୀର୍ବାଦ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପ୍ରାର୍ଥନା କରିଛନ୍ତି । ଏଥିସହିତ ସେ ସମସ୍ତଙ୍କର ସୁଖ, ସମୃଦ୍ଧି କାମନା କରିଛନ୍ତି ।

Comments are closed.