ଆଜି ନୂଆଁଖାଇ

ସମ୍ବଲପୁର : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ଗାଁ ଠାରୁ ନେଇ ସହର ଚଳଚଞ୍ଚଳ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ନିକଟରେ ଆଜି ନବାନ୍ନ ଲାଗି କରାଯିବ। କୋଭିଡ କଟକଣା ଅନୁଯାୟୀ ଚଳିତ ବର୍ଷ ପାଳନ କରାଯାଉଛି ନୂଆଁଖାଇ। ଆଜି ଘରେ ଘରେ ସମସ୍ତେ ନୂଆ ଖାଇବେ ଓ ନୂଆ ବସ୍ତ୍ର ପରିଧାନ କରିବେ। କୋଭିଡ ନିୟମରେ ଭକ୍ତ ମା’ଙ୍କୁ ଦର୍ଶନ କରିବେ। ଭକ୍ତଙ୍କ ଭିଡକୁ ନଜରରେ ରଖି ମା’ଙ୍କର ଦର୍ଶନ ବ୍ୟବସ୍ଥାକୁ ପରିଚାଳନା କମିଟି ପକ୍ଷରୁ ବଦଳାଯାଇଛି। ଦିନ ସାଢେ ୧୨ଟାରୁ ସନ୍ଧ୍ୟା ୫ଟା ୩୦ ଯାଏଁ ମନ୍ଦିର ଖୋଲା ରହିବ। ଘରେ ଘରେ ବନ୍ଧୁବାନ୍ଧବଙ୍କ ସହ ସଭଏଁ ନୂଆଁଖାଇ ପାଳନ କରୁଛନ୍ତି।

Comments
Loading...