ଏନଟିପିସି ପକ୍ଷରୁ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡାକ୍ତରୀ ଉପକରଣ ପ୍ରଦାନ

କଣିହାଁ : ଏନଟିପିସି କଣିହାଁ ପକ୍ଷରୁ ସିଏସଆର ଯୋଜନା ମାଧ୍ୟମରେ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଭିନ୍ନ ଡାକ୍ତରୀ ଉପକରଣ ପ୍ରଦାନ କରାଯାଇଛି l କଣିହାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ଉପକରଣ ହସ୍ତାନ୍ତର ଉତ୍ସବରେ ଏନଟିପିସି କଣିହାଁର ସିଜିଏମ ସୁଦୀପ ନାଗ ଯୋଗ ଦେଇ ଶିଶୁ ଉଷୁମ ଯନ୍ତ୍ର, ପ୍ରସୂତି ଲେବର ଟେବୁଲ, ଅଲଟ୍ରା ଭାଇଓଲେଟ ଲ୍ୟାମ୍ପ, ପ୍ରସୂତି ଓ ଶିଶୁ ଜନ୍ମ ବେଳେ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ସ୍ୱାସ୍ଥ୍ୟ ଅଧିକାରୀ ଡା ସୁମନ୍ତ କୁମାର ପଟେଲଙ୍କୁ ହସ୍ତାନ୍ତର କରିଥିଲେ l ଏହି ସମସ୍ତ ଉପକରଣକୁ ସିଜିଏମ ସୁଦୀପ ନାଗ, ଚିକିତ୍ସା ଅଧିକାରୀ ଡା ସୁମନ୍ତ ପଟେଲ ଫିତା କାଟି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ଏହି ସମସ୍ତ ଉପକରଣ ପାରିପାର୍ଶ୍ବିକ ଗ୍ରାମର ଜନସାଧାରଣଙ୍କର ସେବାରେ ଲାଗି ପାରିବ ବୋଲି ସିଜିଏମ ଶ୍ରୀ ନାଗ ପ୍ରକାଶ କରିଥିଲେ l ଏଥି ସହିତ ଏନଟିପିସି ପକ୍ଷରୁ କଣିହାଁ ସ୍ୱାସ୍ଥ୍ୟକେନ୍ଦ୍ରର କୋଠା ଗୁଡିକର ମଧ୍ୟ ନବକରଣ କରାଯାଇଛି l ଏହି ସମସ୍ତ କାର୍ଯ୍ୟକ୍ରମରେ କଣିହାଁ ସ୍ୱାସ୍ଥ୍ୟ କେନ୍ଦ୍ରର ଡା ଶଶିକାନ୍ତ ତ୍ରିପାଠୀ ଓ କର୍ମଚାରି, ଏନଟିପିସିର ଡିଜିଏମ(ମାନବ ସମ୍ବଳ) ଜାକିର ଖାନ, ଏ କେ ଦାସ, ଭୀଷ୍ମଦେବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l

Comments are closed.