କୋଭିଡ ଉପଯୁକ୍ତ ଆଚରଣ ପାଇଁ ଏନଟିପିସିର ଅଭିଯାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ, ଏନଟିପିସିର ପୂର୍ବାଂଚଳ କ୍ଷେତ୍ର କର୍ମଚାରୀମାନେ କୋଭିଡ ଉପଯୁକ୍ତ ଆଚରଣ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଭୁବନେଶ୍ୱରର ଆଞ୍ଚଳିକ ମୁଖ୍ୟାଳୟର ସମସ୍ତ କର୍ମଚାରୀ, ତାଳଚେର କଣିହା, ତାଳଚେର ଥର୍ମାଲ୍ ଏବଂ ଆସାମର ବଙ୍ଗାଇଗାଓ୍ ପ୍ରକଳ୍ପ କୋଭିଡ୍ ନିର୍ଦ୍ଦେଶାବଳୀ ଏବଂ ପ୍ରୋଟୋକଲକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରି ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

ଏ କ୍ଷେତ୍ରରେ ଏନଟିପିସି ଭୁବନେଶ୍ୱର ପକ୍ଷରୁ ଓଡ଼ିଶାର ୧୦ଟି ଆକାଂକ୍ଷିତ ଜିଲ୍ଲାରେ କୋଭିଡ ଉପଯୁକ୍ତ ଆଚରଣ ଉପରେ ବ୍ୟାନର ପ୍ରଦର୍ଶନ ସହ ପାମ୍ପଲେଟ୍ ବଣ୍ଟନ କରି ସଚେତନତା ଅଭିଯାନ ଚଳାଇଛି। ପରସ୍ପରକୁ ମହାମାରୀରୁ ରକ୍ଷା କରିବା ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ଏନଟିପିସି ପ୍ଲାଣ୍ଟରେ ତଥା ଏହାର ଆଖପାଖରେ ହିନ୍ଦୀ ଏବଂ ଓଡିଆ ଭାଷାରେ ପ୍ରଦର୍ଶନ କରାଯାଇଛି।

Comments are closed.