ସଂସ୍କୃତ ମହାବିଦ୍ୟାଳୟରେ ଏନଏସଏସ ଆନୁକୂଲ୍ୟରେ ନାରୀ ସଶକ୍ତିକରଣ ଦିବସ ପାଳିତ

କଟକ ଜିଲ୍ଲା କଇଥା ଲାଲବେଗି ସ୍ଥିତ ତ୍ରୀନାଥପୁର ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ସେବା ଯୋଜନା – ଏନଏସଏସ ପକ୍ଷରୁ ନାରୀ ସଶକ୍ତିକରଣ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜର ଏନଏସଏସ ଅଧିକାରୀ ଅଧ୍ୟାପକ ଦୁଷ୍ମନ୍ତ କୁମାର ଘଡେ଼ଇଙ୍କ ତତ୍ୱାବଧାନ ତଥା ଅଧ୍ୟକ୍ଷା ସ୍ଵର୍ଣ୍ଣଲତା ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଶିକ୍ଷାବିତ ମାନୁଧର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ସମାଜରେ ନାରୀ ଶକ୍ତିର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଆଲୋଚନା ଚକ୍ରରେ ଅଧ୍ୟାପିକା ଡଃ ନିରୁପମା ରାଉତ ଉଦ୍ୟମ ଓ ଅଧ୍ୟବସାୟ ବଳରେ ସଫଳତାର ଶୀର୍ଷରେ ପହଂଚି ପାରିଥିବା ମହିଳାମାନଙ୍କ ବିଷୟରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ବବିତା ସାହୁ, ସୁଜାତା ଦାଶ, ଅଧ୍ୟାପକ ଡଃ ଶଶଧର ପତି, ଅଜୟ ପ୍ରକାଶ ଦାସ ଓ ଅଧୀର ଆଚାର୍ଯ୍ୟ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଯୁକ୍ତ ୨ ଦ୍ଵିତୀୟ ବର୍ଷର ଛାତ୍ରୀ ଶୁଭସ୍ମିତା ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅଣଶିକ୍ଷକ କର୍ମଚାରୀ ମିତ୍ରଭାନୁ ପ୍ରଧାନ, ଅକ୍ଷୟ ବେହେରା ଓ ଅକ୍ଷୟ ନାୟକଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ କଲେଜ ପରିସର ପରିଷ୍କାର କରିଥିଲେ।

Comments are closed.