ନବରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ

ନବରଙ୍ଗପୁର : ନବରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦ୍ଵାରା ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏଥିରେ ଅଧ୍ୟକ୍ଷା ମଲେଶ୍ୱରୀ ସାହୁ ସଭାପତିତ୍ବ କରିଥିଲେ। ଅଧ୍ୟାପିକା ରଞ୍ଜୁସା ପ୍ରହରାଜ ଏହିଦିବସ ପାଳନ ର ମହତ୍ତ୍ଵ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପିକା ଡ ସଂଯୁକ୍ତା ପଣ୍ଡା ଦେଶ ଗଠନରେ ଯୁବ ଶକ୍ତିର ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ବିନୋଦ ପ୍ରଧାନ ଓ ଏନ୍ ଏନ୍ ଖୋସଲା, ଅଧ୍ୟାପିକା ସୁନୀତା ପାତ୍ର , ତରନୁମ୍ ଆରା ଉପସ୍ଥିତ ଥିଲେ। ଅଧ୍ୟାପିକା ଏମ୍ ରୋହିଣୀ ରାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.