ଏନପିଆର, ଏନଆରସି ଦେଶର ୨ୟ ବିମୁଦ୍ରାକରଣ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଶନିବାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟୁ ସମାଲୋଚନା କରିଛନ୍ତି। ମୋଦୀ ସରକାରର ନୀତିଗୁଡ଼ିକୁ ଜନବିରୋଧୀ ବୋଲି କହିବା ସହିତ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର) ଏବଂ ଜାତୀୟ ନାଗରିକ ପଞ୍ଜିକା(ଏନଆରସି) ଦେଶର ୨ୟ ବିମୁଦ୍ରାକରଣ ବୋଲି ରାହୁଲ କହିଛନ୍ତି।

ରାହୁଲ ଆହୁରି କହିଛନ୍ତି ଯେ, ଏନପିଆର ଏବଂ ଏନଆରସି ଯୋଗୁ ଦେଶର ଗରିବ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେବେ। କେବଳ ପ୍ରଧାନମନ୍ତ୍ରୀଙ୍କର ୧୫ ଜଣ ଧନୀ ବନ୍ଧୁ ଏହା ଦ୍ବାରା କ୍ଷତିଗ୍ରସ୍ତ ହେବେନାହିଁ। ବରଂ ସେମାନେ ଆର୍ଥିକ ଭାବେ ବହୁତ ଲାଭବାନ୍‌ ହେବେ। କେନ୍ଦ୍ର ସରକାରଙ୍କ ଏସବୁ ଡ୍ରାମା ହେଉଛି ବିମୁଦ୍ରାକରଣ-୨। କେବଳ ଦେଶର ଗରିବମାନେ ଏହା ଦ୍ବାରା ସମସ୍ୟା ଭୋଗିବେ। ବିମୁଦ୍ରାକରଣ କଥା ଭୁଲିଯାଆନ୍ତୁ। ବିମୁଦ୍ରାକରଣଠାରୁ ଏନପିଆର ଏବଂ ଏନଆରସିର ପ୍ରଭାବ ଗରିବଙ୍କ ଉପରେ ୨ଗୁଣ ଅଧିକ ଭାରି ପଡ଼ିବ। ଗରିବମାନଙ୍କୁ କେବଳ ଲମ୍ବା ଧାଡ଼ିରେ ଛିଡ଼ା କରାଇ ସେମାନେ ଭାରତୀୟ କି ନୁହେଁ ତାହାର ପ୍ରମାଣ ଦେବାକୁ ସରକାର ଏଭଳି ଡ୍ରାମା ଚଳାଇଛନ୍ତି।

Comments are closed.