ବେଆଇନ୍‌ ପାର୍କିଂ ଫି ଆଦାୟ : ଭୁବନେଶ୍ୱରର ୧୦ ସପିଂ ମଲ ସମେତ ୩ଟି ଘରୋଇ ହସ୍‌ପିଟାଲ୍‌କୁ ବିଡିଏର ନୋଟିସ୍‌

ଭୁବନେଶ୍ବର : ବେଆଇନ୍‌ ପାର୍କିଂ ଫି ଆଦାୟ ପ୍ରସଙ୍ଗକୁ ନେଇ ରାଜଧାନୀରେ ଥିବା ୧୦ଟି ବ୍ୟସାୟିକ ପ୍ରତିଷ୍ଠାନ(ସପିଂ ମଲ) ଓ ୩ଟି ଘରୋଇ ହସ୍ପିଟାଲକୁ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡିଏ) ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ବ୍ୟସାୟିକ ପ୍ରତିଷ୍ଠାନ- ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌ ଦ ଓ୍ଵାଲର୍ଡ, ଫୋରମ୍‌ ମାର୍ଟ, ମାରୁତି ମଲ, ପାଲ ମନ୍ତ୍ରା, ପାଣ୍ଟାଲୁନ୍‌ସ, ଭବାନି କମର୍ସିଆଲ୍ ଏନ୍‌କ୍ଲେଭ, ସିମ୍ଫୋନି ମଲ ଓ ଡିଏନ୍‌ ରିଗାଲିଆକୁ ନୋଟିସ୍‌ ଜାରି ହୋଇଛି । ସେହିପରି ତିନୋଟି ଘରୋଇ ହସପିଟାଲ- ଆପୋଲୋ ହସ୍‌ପିଟାଲ, କଳିଙ୍ଗ ହସ୍‌ପିଟାଲ ଓ କେୟାର ହସ୍‌ପିଟାଲ ଆଦିକୁ ପାର୍କିଂ ଶୁଳ୍ପ ଆଦାୟ ରୋକିବାକୁ ନୋଟିସ୍ ଜାରି କରାଯାଇଛି ।
ଯଦି କେହି ଏହି ନିୟମକୁ ଉଲ୍ଲଂଘନ କରନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ବିଲ୍ଡିଂ ପ୍ଲାନ୍‌ ଅନୁମତି ବେଳେ ପାର୍କିଂ ପ୍ଲାନ୍‌ ପାଇଁ ରିହାତି ଦିଆଯିବ । ଆଇନ ଉଲଂଘନ କଲେ ଓଡ଼ିଏ ଆକ୍ଟ ୧୯୮୨ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକ ପଡ଼ିଲେ ବିଲଡିଂର ପ୍ଲାନ୍‌ ଅନୁମତି ମଧ୍ୟ ପ୍ରତ୍ୟାହାର କରାଯାଇପାରେ ବୋଲି ନୋଟିସ୍‌ରେ କୁହାଯାଇଛି ।

Comments are closed.