ହାଇଡ୍ରୋକ୍ସି କ୍ଳୋରୋକୁଇନ୍‍ ବ୍ୟବହାର ନେଇ ସତର୍କତା

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଅବା ସେ ସମ୍ବନ୍ଧୀୟ କିଛି ଲକ୍ଷଣ ପ୍ରକାଶ ପାଇଲେ ଲୋକେ ହାଇଡ୍ରୋକ୍ସି କ୍ଳୋରୋକୁଇନ୍‍ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ଏମ୍‍ସର ଫୁସ୍‍ଫୁସ୍‍ ଚିକିତ୍ସା ବିଭାଗ ମୁଖ୍ୟ ଡକ୍ଟର ଅନନ୍ତ ମୋହନ, ଡାକ୍ତରଙ୍କ ପରାମର୍ଶ ବିନା ହାଇଡ୍ରୋକ୍ସି କ୍ଲୋରୋକୁଇନ୍‍ ବଟିକା କିମ୍ବା ମ୍ୟାଲେରିଆ ନିରାକରଣ ପାଇଁ ବ୍ୟବହାର କରାଯାଉଥିବା କୌଣସି ବଟିକାକୁ ସେବନ ନ କରିବା ଲାଗି ସର୍ବସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

ସେହିପରି ଏମ୍‍ସର ଆସୋସିଏଟ୍‍ ପ୍ରଫେସର ଡକ୍ଟର ନିରଜ ନିଶ୍ଚଲ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷାପାଇବା ଲାଗି ଲୋକମାନଙ୍କୁ ନିଜ ନିଜ ଘର ଭିତରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ତେବେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନ କରିବାକୁ ମନା କରିଛନ୍ତି।

Comments are closed.