ଟ୍ରମ୍ପଙ୍କୁ ତାତ୍ସଲ୍ୟ କରି ଅବୁଝା ବୁଢା କହିଲା ଉତ୍ତର କୋରିଆ : ମଳିତ ଜାତିସଂଘ ବୈଠକ ଡାକିଲା ଆମେରିକା

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାତ୍ସଲ୍ୟ କରି ଅବୁଝା ବୁଢା ବୋଲି କହିଛି ଉତ୍ତର କୋରିଆ। ଏହାକୁ ନେଇ ଆମେରିକା ପକ୍ଷରୁ ମିଳିତ ଜାତିସଂଘର ବୈଠକ ଡ଼କାଯାଇଥିବା ଜଣାପଡିଛି।
ସୂଚନା ଅନୁସାରେ, ଉତ୍ତର କୋରିଆ ଟ୍ରମ୍ପଙ୍କୁ ତାତ୍ସଲ୍ୟ କରି ଅବୁଝା ବୁଢା କହିଛି। ଏହା ପୂର୍ବରୁ ଟ୍ରମ୍ପ ଟ୍ବିଟ କରି କହିଥିଲେ, ଏହି ସମୟରେ ଉତ୍ତର କୋରିଆର ରାଷ୍ଟ୍ରପତି କିମ ଜୋଙ୍ଗ କୌଣସି ପରିସ୍ଥିତିରେ ମଧ୍ୟ ଶତ୍ରୁତାପୂର୍ଣ୍ଣ କାର୍ୟ୍ୟକଳାପ ଓ ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରି ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ସମ୍ପର୍କକୁ ଖରାପ କରିବାକୁ ଚାହିବେନାହିଁ। ମାତ୍ର ଉତ୍ତର କୋରିଆର ଏଭଳି ଆଚରଣ ଆମେରିକାକୁ ସ୍ତବ୍ଧ କରିଛି।

ଉତ୍ତର କୋରିଆର ବରିଷ୍ଠ ଅଧିକାରୀ ତଥା ପୂର୍ବ ପରମାଣୁ ବାର୍ତ୍ତାକାର କିମ ଜଙ୍ଗ ଚୋଲ କହିଛନ୍ତି, ଆମ ଦେଶ କୌଣସି ପରିସ୍ଥିତିରେ ମଧ୍ୟ ଆମେରିକା ସାମ୍ନାରେ ମୁଣ୍ଡ ନୁଆଇବ ନାହିଁ। ଆମକୁ କିଛି ହରାଇ ବାର ଭୟ ନାହିଁ। କାରଣ ଆମେ ଜାଣିଛୁ ଆମକୁ କିଛି ହରାରଇବାକୁ ପଡ଼ିବ ନାହଁ।

Comments are closed.