ନୂଆ ନିଯୁକ୍ତି ଜାରି ରହିବ; ନୂଆ ପଦ ସୃଷ୍ଟି ହେବନି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଖର୍ଚ୍ଚକାଟ ପଦକ୍ଷେପ କ୍ରମରେ ନୂଆ ନିଯୁକ୍ତି ବନ୍ଦ କରାଯିବା ନେଇ ଗତକାଲି ପ୍ରକାଶିତ ରିପୋର୍ଟ ଉପରେ ଅର୍ଥ ମନ୍ତ୍ରଣାଳୟ ୟୁ ଟର୍ଣ୍ଣ ନେଇଛି। ଶନିବାର ଅର୍ଥମନ୍ତ୍ରଣାଳୟ କହିଛି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ନିଯୁକ୍ତି ଉପରେ କୌଣସି କଟକଣା ଲାଗୁ କରାଯାଇ ନାହିଁ। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦ ପୂରଣ ପାଇଁ ଷ୍ଟାଫ୍‌ ସିଲେକସନ କମିସନ, ୟୁପିଏସସି ଓ ରେଲୱେ ନିଯୁକ୍ତି ବୋର୍ଡ ଦ୍ବାରା ନିଯୁକ୍ତି ପ୍ରକ୍ରିୟା ଜାରି ରହିବ। ତେବେ କୌଣସି ମନ୍ତ୍ରଣାଳୟରେ ନୂଆ ପଦ ସୃଷ୍ଟି କରାଯିବା ଉପରେ ଅର୍ଥମନ୍ତ୍ରଣାଳୟ ଅଧୀନ ଖର୍ଚ୍ଚ ବିଭାଗ ନିଷେଧାଦେଶ ଜାରି କରିଛି। ଖର୍ଚ୍ଚ କାଟ ପଦକ୍ଷେପରେ ବିଦେଶରୁ ଆମଦାନୀ କାଗଜ ଦ୍ବାରା କୌଣସି ଛାପା କିମ୍ବା ପୁସ୍ତକ ପ୍ରକାଶନ କାର୍ଯ୍ୟ କରାଯିବ ନାହିଁ। ସେହିପରି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବକୁ ଯଥାସମ୍ଭବ କାଣ୍ଟଛାଣ୍ଟ କରାଯିବ। କୌଣସି ମନ୍ତ୍ରଣାଳୟ ନିଜର କନସଲଟାଣ୍ଟ ନିଯୁକ୍ତି ଦେଇପାରିବେ ନାହିଁ।

Comments are closed.