ବଜାରକୁ ଆସିଲା ନୋକିଆର ଦୁଇଟି ଶସ୍ତା ୪ଜି ଫିଚର ଫୋନ

ନୂଆଦିଲ୍ଲୀ : ଭାରତରେ ନୋକିଆର ଦୁଇଟି ନୂଆ ୪ଜି ଫିଚର ଫୋନର ବଜାର ପ୍ରବେଶ ହୋଇଛି। ଗୋଟିଏ ନୋକିଆ ୨୧୫ ଏବଂ ଅନ୍ୟଟି ନୋକିଆ ୨୨୫। ନୋକିଆ ୨୧୫ର ବଜାର ମୂଲ୍ୟ ୨ ହଜାର ୯୪୯ ଟଙ୍କା ରହିଥିବାବେଳେ ନୋକିଆ ୨୨୫ ଫୋନର ମୂଲ୍ୟ ୩ ହଜାର ୪୯୯ ଟଙ୍କା ରହିଛି। ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୨୩ ତାରିଖରୁ ନୋକିଆ ୨୧୫ର ବିକ୍ରି ଆରମ୍ଭ ହେବ। ସେହିଭଳି ୨୩ ଅକ୍ଟୋବରରୁ ଏବଂ ୬ ନଭେମ୍ବରରୁ ନୋକିଆ ୨୨୫ ଅନଲାଇନ୍ ଷ୍ଟୋର ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେବ।

ନୋକିଆ ୨୧୫ର ବିଶେଷତ୍ଵ ବିଷୟରେ କହିଲେ, ଏଥିରେ ୱାନ୍ ୟୁନିସୋକ ୟୁଏମ୍‌ଏସ୍ ୯୧୧୭ସପୋର୍ଟ, ମାଇକ୍ରୋ ୟୁଏସ୍‌ବି ପୋର୍ଟ, ଡୁଆଲ୍ ସିମ୍ ସପୋର୍ଟ ଏବଂ ଏଫ୍ଏମ୍ ରେଡିଓ ସପୋର୍ଟ ରହିଛି। ଏଥିରେ ୧ହଜାର ୧୫୦ଏମ୍‌ଏଚ୍‌ର ବ୍ୟାଟେରୀ ରହିଛି। ନୋକିଆର ଏହି ମଡେଲ ଫୋନରେ ୨.୪ ଇଞ୍ଚର  ଡିସପ୍ଲେ ଦିଆଯାଇଛି।

ନୋକିଆ ୨୨୫ ର ବିଶେଷତ୍ଵ ବିଷୟରେ କହିଲେ, ଏଥିରେ ୟୁନିସୋକ୍ ୟୁଏମ୍‌ଏସ୍ ୯୧୧୭ ପ୍ରୋସେସର ଦିଆଯାଇଛି। ଏଥିରେ ୟୁଏସ୍‌ବି ପୋର୍ଟ ଏବଂ ନାନୋ ସିମ୍ ପାଇଁ ଡୁଆଲ୍ ସିମ୍ ସପୋର୍ଟ ରହିଛି। ଏହି ଫିଚର ଫୋନରେ ୧,୧୫୦ଏମ୍ଏଚ୍ ବ୍ୟାଟେରୀ କ୍ଷମତା ରହିଛି।

Comments are closed.