ଶ୍ରମ ଅର୍ଥନୀତିରେ ଉଲ୍ଲେଖନୀୟ ଅବଦାନ ପାଇଁ ୩ ଜଣଙ୍କୁ ନୋବେଲ

ଶ୍ରମ ଅର୍ଥନୀତିରେ ଉଲ୍ଲେଖନୀୟ ଅବଦାନ ପାଇଁ ୩ ଜଣଙ୍କୁ ମିଳିତ ଭାବେ ଚଳିତ ବର୍ଷର ନୋବେଲ ପୁରସ୍କାର ଦିଆଯିବ। ସେମାନେ ହେଉଛନ୍ତି ଲରିଏଟ୍ସ ଡେଭିଡ କାର୍ଡ, ଜୋଶୁଅ ଡି ଆଙ୍ଗୀଷ୍ଟ ଓ ଗୁଇଡୋ ଡବ୍ୟୁ ଲମ୍ବେନ୍ସ। ଶ୍ରମ ଅର୍ଥନୀତି କ୍ଷେତ୍ର ପାଇଁ ଡେଭିଡଙ୍କୁ ନୋବେଲ ଓ ଜୋଶୁଅ ଡି ଆଙ୍ଗ୍ରିଷ୍ଟଙ୍କୁ ପୁରସ୍କାର ଦିଆଯାଉଥିବା ବେଳେ ଅର୍ଥନୀତିରେ କାସୁଆଲ ରିଲେସନସିପ୍‌ର ବ୍ୟାଖ୍ୟା ପାଇଁ ଗୁଇଡୋ ଡବ୍ୟୁ ଲମ୍ବେନ୍ସଙ୍କୁ ନୋବେଲ ପୁରସ୍କାର ଦିଆଯିବ।

ନୋବେଲ କମିଟି ଶ୍ରମ ଅର୍ଥନୀତିରେ ଉଲ୍ଲେଖନୀୟ ଅବଦାନ ପାଇଁ ଡେଭିଡ କାର୍ଡ, ଜୋଶୁଆ ଡି ଅଙ୍ଗ୍ରିଷ୍ଟ ଏବଂ ଗୁଇଡୋ ଡବ୍ଲୁ ଇମ୍ବେନ୍ସଙ୍କୁ ନୋବେଲ ନିମନ୍ତେ ଚୟନ କରିଛି। ସେମାନଙ୍କର ଆଭିମୁଖ୍ୟ ଅନ୍ୟ କ୍ଷେତ୍ରରେ ଗଭୀର ପ୍ରଭାବ ପକାଇବା ସହ ପରୀକ୍ଷାମୂଳକ ଅନୁସନ୍ଧାନରେ ପରିବର୍ତ୍ତନ ଆଣିଛି ବୋଲି ସ୍ୱିଡେନ ଏକାଡେମୀ ଏକ ବିବୃତିରେ କହିଛି।

Comments are closed.