କଟକରେ ହେବନି ଜିରୋନାଇଟ ସେଲିବ୍ରେସନ, କଟକଣା ଜାରି କଲା ସିଏମସି

କଟକ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ଜିରୋନାଇଟ ସେଲିବ୍ରେସନ ଉପରେ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ କଟକଣା ଜାରି କରାଯାଇଛି। ହୋଟେଲ, ମଣ୍ଡପ, କ୍ଲବରେ ଭିଡ ନକରିବାକୁ ନିର୍ଦେଶ ଜାରି ଯାଇଥିବାବେଳେ ନିଜ ଘରେ ରହି ନୂଆ ବର୍ଷ ପାଳିବାକୁ ପରାମର୍ଶ ଦିଆଯାଇଛି। ଫଳରେ କଟକରେ ନୂଆ ବର୍ଷ ପାଳନ ଫିକା ପଡ଼ିବ ବୋଲି ଜଣାପଡ଼ିଛି।

 

ସିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ସରକାରଙ୍କ ନିର୍ଦେଶ ଅନୁସାରେ ଚଳିତ ବର୍ଷ ଜିରୋ ନାଇଟ ସେଲିବ୍ରେସନ ବାରଣ କରାଯାଇଛି।। କଟକର କୌଣସି ସ୍ଥାନରେ ନୂଆବର୍ଷରେ ଜିରୋ ନାଇଟ ସେଲିବ୍ରେସନ ହେବନି। ଏହାସହ ନିୟମକୁ ମଧ୍ୟ କଡାକଡି କରାଯାଇଛି। ହୋଟେଲ, କ୍ଲବ ନଯାଇ ଘରେ ରହି ପରିବାର ଓ ସାଙ୍ଗସାଥୀଙ୍କ ସହ ନୂଆ ବର୍ଷ ପାଳନ କରିବାକୁ ପରାମର୍ଶ ଦିଆଇଛି । ନୂଆବର୍ଷକୁ ସ୍ବାଗତ ତଥା ଜିରୋନାଇଟ୍‌ ପାଳନ ଅବସରରେ ନୃତ୍ୟଗିତ, ଭୋଜିଭାତ ଓ ଜନସମାଗମ ଆଦି ନ କରାଯିବା ଉପରେ ଜୋର ଦିଆଯାଇ ଗାଇଡଲାଇନ ଜାରି କରାଯାଇଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Comments are closed.