ମେଘା ସେକ୍ଟରରେ ଜାତୀୟ କୃମି ନାଶକ ଦିବସ

ଆଠଗଡ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ୮ଟି ପଞ୍ଚାୟତ ଅଧିନ ୩୮ଟି ଅଙ୍ଗନବାଡି କେନ୍ଦ୍ର, ୨୭ଟି ସରକାରୀ ଓ ୬ଟି ବେସରକାରୀ ବିଦ୍ୟାଳୟରେ ଜାତୀୟ କୃମିନାଶକ ଦିବସ ଅବସରରେ ୧-୧୯ବର୍ଷ ପର୍ଯ୍ୟନ୍ତ ପିଲା କୃମିନାଶକ ଔଷଧ ସେବନ କରିଛନ୍ତି । ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍ଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ପରିଦର୍ଶିକା ବିଚିତ୍ରପ୍ରଭା ଦେଇ, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ, ସିଏଚଓ, ଅଙ୍ଗନବାଡି ଓ ଆଶାକର୍ମୀ ପ୍ରତ୍ୟେକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ଯାଇ କୃମିନାଶକ ଆଲବେଣ୍ଡାଜୋଲ ଔଷଧ ପିଲାଙ୍କୁ ଖୁଆଇଥିଲେ । ଆଜି ଯେଉଁ ପିଲାମାନେ ଏହି ଔଷଧ ଖାଇପାରି ନାହାନ୍ତି ସେମାନଙ୍କୁ ଆସନ୍ତା ୧୯ତାରିଖରେ ଔଷଧ ଖାଇବାକୁ ଦିଆଯିବ। ବିଭିନ୍ନ ବିଦ୍ୟାଳୟରେ କୃମିନାଶକ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସଂପର୍କରେ ଶ୍ରୀ ଅସଲମ ବୁଝାଇଥିଲେ । କୃମି ସଂକ୍ରମିତ ହୋଇନଥିବା ପିଲାମାନେ ଅଧିକ ସ୍ୱାସ୍ଥ୍ୟବାନ ହୋଇଥାନ୍ତି । ପିଲାଙ୍କ ଶରୀରରେ କୃମିର ବହୁ ପ୍ରକାରର କୁପ୍ରଭାବ ପଡିଥାଏ ବୋଲି ଶ୍ରୀ ଅସଲମ କହିବା ସହିତ କୃମିନାଶକ ଔଷଧ ସେବନ ଉପରେ ଗୁରୁତ୍ୱାରୋପ କରିଥିଲେ।

Comments are closed.