ସୂଚନା ଅଧିକାର ଆଇନରେ ମିଳୁନି ତଥ୍ୟ, ଚାଷୀ ହତାଶ

ବେଗୁନିଆ : ସରକାର ଯେଉଁ ମହତ ଉଦେଶ୍ୟ ରଖି ଜନସାଧାରଣଙ୍କୁ ସ୍ୱଚ୍ଛ ଏବଂ ନିର୍ମଳ ଶାସନ ଦେବା ପାଇଁ ସୂଚନା ଅଧିକାର ଆଇନ ପ୍ରଣୟନ କରିଥିଲେ ଏବେ କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ  ଜନସାଧାରଣ ତାର ସୁଫଳ ପାଇବାରୁ ବଞ୍ଚିତ ହେଉଥିବାର ଦେଖିବାକୁ ମିଳୁଛି। ଏପରିକି କିଛି ଦୁର୍ନୀତିଖୋର କର୍ମଚାରୀ ଏହି ଆଇନକୁ ଖାତିର କରୁ ନ ଥିବାବେଳେ ଧାର୍ଯ୍ୟ ସମୟ ମଧ୍ୟରେ ତଥ୍ୟ ନଦେଇ ଏହି ନିୟମର ଖୋଲା ଖୋଲି ଉଲ୍ଲଙ୍ଘନ କରୁଛନ୍ତି । ସେମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଯୋଗୁଁ ସମସ୍ତ କ୍ଷେତ୍ରରେ ଦୁର୍ନୀତିର ମାତ୍ରା ବଢି ବଢି ଚାଲିଛି ।
ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତ ଅନ୍ତର୍ଗତ ବାଘମାରୀ ସେବା ସମବାୟ ସମିତିରେ ଚାଲିଥିବା ଚାଷୀ ମାରଣ କାର୍ଯ୍ୟ ଯୋଗୁଁ ବାଘମାରୀ ଗ୍ରାମର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ରଘୁନାଥ ବେହେରା ସମ୍ପୃକ୍ତ ସେବା ସମବାୟ ସମିତିରେ ୨୦୨୦-୨୧ ଆର୍ଥିକ ବର୍ଷରେ ଧାନ ନେଇଥିବା ମିଲର ମାନଙ୍କ ନାମ ଏବଂ ଚୁକ୍ତିନାମାର ନକଲ ,ସେହି ଆର୍ଥିକ ବର୍ଷରେ କେତେଜଣ ଚାଷୀ ଧାନ ବିକ୍ରି କରିଛନ୍ତି ତାର ତାଲିକା,ଚଳିତ ବର୍ଷ ଫେବୃଆରୀ ମାସର କେଉଁ ତାରିଖରେ କେତୋଟି ପର୍ଯ୍ୟାୟରେ କେଉଁ ମିଲରକୁ ଧାନ ଦିଆଯାଇଛି ତାର ସବିଶେଷ ବିବରଣୀ ମାଗିଥିଲେ। ସମ୍ପୃକ୍ତ ଆର୍ଥିକ ବର୍ଷରେ ଖରିଫ ଧାନ ସଂଗ୍ରହ ପାଇଁ ବାଘମାରୀ ସେବା ସମବାୟ ସମିତି ସରକାରଙ୍କ ଠାରୁ କେତେ ପରିମାଣର ଖାଲି ଅଖା ଗ୍ରହଣ କରିଛନ୍ତି ସେହି ରେଜିଷ୍ଟରର ଅବିକଳ ନକଲ, କେଉଁ ଚାଷୀଙ୍କୁ କେତେ ଅଖା ଦିଆ ଯାଇଛି ତାର ତାଲିକା, ୨୦୧୯/୨୦ ଆର୍ଥିକ ବର୍ଷରେ କେତେଜଣ ଚାଷୀଙ୍କୁ ଖରିଫ ଏବଂ ରବି ଋଣ ପ୍ରଦାନ କରାଯାଇଛି ତାର ତାଲିକା ମାଗିଥିଲେ। କେତେଜଣ ଚାଷୀଙ୍କୁ ରିଆତି ଋଣ ପ୍ରଦାନ କରାଯାଇଛି ତାର ତାଲିକା ସହିତ ସମ୍ପାଦକଙ୍କର ଶିକ୍ଷାଗତ ଯୋଗ୍ୟତାର ନକଲ ସହିତ ସର୍ଭିସବୁକର ନକଲଏବଂ କେବେ ଏଠାରେ ଯୋଗଦେଲେ ଏବଂ କେବେ ଅବସର ନେବେ ତାର ପ୍ରମାଣ ସହିତ ନକଲ କପି ଦେବା ପାଇଁ ଶ୍ରୀ ବେହେରା  ଚଳିତ ବର୍ଷ ଗତ ଅପ୍ରେଲ ମାସ ୫ ତାରିଖରେ ଖୋର୍ଦ୍ଧା ଡିଆରସିଏସଙ୍କୁ ବାଘମାରୀ ସେବା ସମବାୟ ସମିତି ସଂକ୍ରାନ୍ତରେ ତଥ୍ୟ ମାଗି ଥିବାବେଳେ  ଏବଂ ଏକ ମାସ ମଧ୍ୟରେ ତଥ୍ୟ ଦେବା ପାଇଁ ନିୟମ ରହିଥିବାବେଳେ ଇତି ମଧ୍ୟରେ ଏକ ମାସରୁ ଅଧିକ ଦିନ ବିତିଯାଇଛି। କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ତଥ୍ୟ ନମିଳିବାରୁ ପୁନଶ୍ଚ ଶ୍ରୀ ବେହେରା ମେ ମାସ ୧୦ ତାରିଖରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଅପିଲ କରିବା ପରେ ସେ ଉଭୟ ପକ୍ଷଙ୍କୁ ଡାକି ଶୁଣାଣି କରିନଥିବାବେଳେ କୌଣସି ତଥ୍ୟ ମଧ୍ୟ ପ୍ରଦାନ କରିନଥିଲେ। କିନ୍ତୁ ସେହି ୧୦ ତାରିଖରେ ଡି ଆର ସି ଏସ ବାଘମାରୀ ସେବା ସମବାୟ ସମିତି ର ସମ୍ପାଦକଙ୍କୁ ବେହେରାଙ୍କୁ ସମ୍ପୃକ୍ତ ତଥ୍ୟ ପ୍ରଦାନ କରିବା ପାଇଁ କରିଥିବା ଚିଠିରେ ଚିଠି ନଂ ଏବଂ ତାରିଖ ଉଲ୍ଲେଖ କରାଯାଇନଥିବାବେଳେ ସେହି ଚିଠିରେ ଶ୍ରୀ ବେହେରାଙ୍କୁ କରିଥିବା ମେମୋ ନଂ ୬୭ ଏବଂ ୬.୪.୨୧ରିଖ ବୋଲି ଲେଖା ଯାଇଛି । ଚିଠିଟି ଚାଷୀ ଜଣକ ୧୦ ତାରିଖ ଅପରାହ୍ନରେ ପାଇଥିଲେ । ଚାଷୀ ଜଣକ ଉଚ୍ଚ କର୍ତୃପକ୍ଷ ଙ୍କ ନିକଟରୁ ନିରାଶ ହେବା ପରେ ଗତ ମେ ମାସ ୧୯ ତାରିଖରେ ବାଘମାରୀ ସେବା ସମବାୟ ସମ୍ପାଦକଙ୍କୁ ତଥ୍ୟ ମାଗିଥିବାବେଳେ ଏବଂ ଧାର୍ଯ୍ୟ ସମୟ ଅତିକ୍ରାନ୍ତ କରିଯାଇଛି। କିନ୍ତୁ ସମ୍ପାଦକ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦେଶକୁ ବେଖାତିର କରି ଶ୍ରୀ ବେହେରା ତାଙ୍କୁ ମାଗିଥିବା ତଥ୍ୟ  ନଦେବା ପଛରେ କଣ ଉଦେଶ୍ୟ ରହିଛି ତାହା କେହି ଜାଣି ପାରୁନାହାନ୍ତି ।

Comments are closed.