ଖୋଲା ଆକାଶ ତଳେ ଗଜପତିଙ୍କ ପ୍ରତିମୂର୍ତ୍ତି : ସାଧାରଣରେ ଅସନ୍ତୋଷ

ମୋହନା : ଗଜପତି ଜିଲ୍ଲାକୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାମରେ ନାମିତ  କରାଯାଇଛି।  ୧୯୯୨ ମସିହା ଗାନ୍ଧି ଜୟନ୍ତୀରେ ଗଞ୍ଜାମ ଜିଲ୍ଲାକୁ ବିଭକ୍ତ କରାଯାଇ ନୂତନ ଭାବେ ପାରଳାଖେମୁଣ୍ଡି ମହାରାଜାଙ୍କ ନାମରେ ଗଜପତି ଜିଲ୍ଲା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ନାମିତ କରଯାଇଥିଲା ।  ୧୯୩୨ ମସିହାରେ ତାଙ୍କୁ “ମହାରାଜା” ଉପାଧିରେ ଭୂଷିତ କରାଯାଇଥିଲା। କିନ୍ତୁ ଗଜପତି ଜିଲ୍ଲା ମୋହନାରେ ଅବସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ପରିସରରେ ରହିଥିବା ମହାରାଜାଙ୍କ  ପ୍ରତିମୂର୍ତ୍ତିଙ୍କୁ ଅଣଦେଖା କରି ଖୋଲା ମେଲାରେ ଆକାଶ ତଳେ ରଖାଯାଇଛି । ଯାହା ତାଙ୍କ ପ୍ରତି ଅବମାନନା ଓ ଅସମ୍ମାନ ସଦୃଶ। ଏହି ପ୍ରତିମୂର୍ତ୍ତି ପାଇଁ ବିଦ୍ୟାଳୟ ପରିଚାଳନା କମିଟି କିମ୍ବା ଜିଲ୍ଲା ଶାସନ ଦୃଷ୍ଟି ଦେଉନାହାନ୍ତି। ଏଭଳି ଜଣେ ମହାନ ବ୍ୟକ୍ତିଙ୍କ ପାଇଁ କମିଟି, ଜିଲ୍ଲା ପ୍ରଶାସନ ହେଉ କି ରାଜ୍ୟ ସରକାର  ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।  କେବେ ମହାରାଜାଙ୍କ ପ୍ରତିମୂର୍ତ୍ତି  ଛାତ ତଳେ ରହିବ ଏବଂ ତାଙ୍କ ସମ୍ମାନ ବୃଦ୍ଧି ପାଇବ ତାହା ହିଁ ଦେଖିବାକୁ ଅଞ୍ଚଳବାସୀଙ୍କ ଅପେକ୍ଷା।

Comments are closed.